www.samajalive.in
Sunday, December 14, 2025
26.1 C
Bhubaneswar

ସମନ୍ୱୟ ଅଭାବରୁ ମଣ୍ଡିରୁ ଉଠୁନି ଧାନ

ସମ୍ବଲପୁର : ଚାଷ କାର୍ଯ୍ୟ ଯାହାର କେତେ ସୁଖ ତାହାର ବୋଲି ଓଡିଆରେ ଢ଼ଗ ରହିଥିବାବେଳେ କିନ୍ତୁ ପ୍ରଶାସନିକ ଉଦାସୀନତା ଯୋଗୁଁ ତାହା ପ୍ରକୃତ କ୍ଷେତ୍ରରେ ଚାଷୀ ପାଇଁ ପ୍ରତିଫଳିତ ହୋଇ ପାରୁ ନାହିଁ। ସମ୍ବଲପୁର ଜିଲାରେ ଚାଷୀର କର୍ଷ୍ଟାଜିତ ଧାନ ଫସଲକୁ କିଣିବା ପାଇଁ ଦାୟିତ୍ୱରେ ରହିଥିବା ବିଭାଗମାନଙ୍କ ମଧ୍ୟରେ ସମନ୍ୱୟର ଅଭାବର ଫାଇଦା ମିଲର୍ସମାନେ ଭରପୁର ଉଠାଉଥିବାବେଳେ ଚାଷୀର ବର୍ଷତମାମ ଦୁଃଖ ଲାଘବ ହେଉ ନାହିଁ। ଏବେ ୨୦୨୦ – ୨୧ ବର୍ଷର ଖରିଫ ଧାନ କିଣା ଚାଲିଥିବାବେଳେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଜିଲାର ମଣ୍ଡିମାନଙ୍କରେ ଲକ୍ଷ ଲକ୍ଷ ବସ୍ତା ଧାନ ପଡି ରହିଛି। ଆରଏମସି ସମ୍ବଲପୁର ପକ୍ଷରୁ ବୁଧବାର ଜାରି ସୂଚନାନୁଯାୟୀ ଜିଲାରେ ରହିଥିବା ୫୪ଟି ପେକ୍ସ ମଧ୍ୟରୁ ୩୪ ପେକ୍ସ ଜରିଆରେ ୧୩୪୦ ଜଣ ଚାଷୀ ସେମାନଙ୍କର ୧ ଲକ୍ଷ ୬୯ ହଜାର ୬୮୬ ବସ୍ତା ଧାନ ବିକ୍ରି କରିଛନ୍ତି। ସେହିଭଳି ଜିଲାରେ ଥିବା ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ମାତ୍ର ୨ଟି ଗୋଷ୍ଠୀଙ୍କ ଜରିଆରେ ୧୮ ଜଣ ଚାଷୀ ୧୯୯୪ ବସ୍ତା ଧାନ ବିକ୍ରି କରିଥିବାରୁ ଜିଲାରେ ସମୁଦାୟ ୧୩୫୮ ଜଣ ଚାଷୀ ୧ ଲକ୍ଷ ୭୧ ହଜାର ୬୮୦ ବସ୍ତା ଧାନ ବିକ୍ରି କରିବାରେ ସମର୍ଥ ହୋଇଛନ୍ତି। ଏବେ ମଧ୍ୟ କୁଚିଣ୍ଡା ଉପଖଣ୍ଡରେ ମଣ୍ଡିମାନଙ୍କରୁ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଲକ୍ଷ ଲକ୍ଷ ଧାନ ବସ୍ତା ଖୋଲା ଆକାଶ ତଳେ ଶୀତକାକରରେ ପଡି ରହିଛି। ବାରମ୍ବାର ଚାଷୀ ଓ ଚାଷୀ ସଙ୍ଗଠନମାନଙ୍କ ତରଫରୁ ଅନୁରୋଧ ଓ ବିରୋଧ ସତ୍ୱେ ପ୍ରଶାସନ ଶୁଣୁ ନ ଥିବାରୁ ଏବେ ଚାଷୀ ଧାନ ବିକ୍ରିର ଚିନ୍ତାରେ ପଡି ରହିଛି।

ଚାଷୀକୁ ଅନ୍ନଦାତା ବୋଲାଯାଉଥିବାବେଳେ ଚାଷ ଆରମ୍ଭ ହେବାଠାରୁ ବିକ୍ରି କରିବା ପର୍ଯ୍ୟନ୍ତ ସବୁ ସ୍ତରରେ ଚାଷୀକୁ ସଂଘର୍ଷ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ବୋଲି ଚାଷୀ ନେତା ଦେବେନ୍ଦ୍ର ପ୍ରଧାନ କହିଛନ୍ତି। ସରକାର ଓ ପ୍ରଶାସନର ମିଲର୍ସ ମାନଙ୍କ ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ଜିଲାର ସମସ୍ତ ମିଲର୍ସ ମାନେ ମଣ୍ଡି ମାନଙ୍କୁ ଆସି ଧାନ କିଣାବିକାରେ ଭାଗ ନେଉ ନାହାନ୍ତି। ଅପର ପକ୍ଷରେ ବର୍ଷ ବର୍ଷ ଧରି ଜାରି ରହିଥିବା ଅବ୍ୟବସ୍ଥା ଯୋଗୁଁ ଗୋଟିଏ ଚାଷୀକୁ ଧାନ ଅମଳ ପରେ ଖଳାରୁ ମଣ୍ଡି ନେଇ ବିକ୍ରି କରି ମିର୍ଲସର ନିକଟରେ ପହୁଞ୍ଚାଇବା ପାଇଁ ପ୍ରାୟ ୭ ଦିନ ସମୟ ଲାଗି ଯାଉଛି। ଫଳରେ ଚାଷୀର କଷ୍ଟାର୍ଜିିତ ଫସଲ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଖରା ଶୀତରେ ପଡି ରହୁଛି ଏବଂ ଯାହା ଦ୍ୱାରା କଟନୀ ଛଟନୀକୁ ପରୋକ୍ଷରେ ପ୍ରୋତ୍ସାହନ ମଧ୍ୟ ମିଳୁଛି। ଯଦି ସରକାର ଓ ପ୍ରଶାସନ ମିଳିତ ଭାବରେ ଧାନ କିଣାବିକା ପାଇଁ ସମସ୍ତ ପେକ୍ସ ଗୁଡିକୁ ଖୋଲିବାର ବ୍ୟବସ୍ଥା କରିବା ସହିତ ମିର୍ଲସ ମାନଙ୍କର ଉପରେ ନିୟନ୍ତ୍ରଣ ରଖି ସମସ୍ତଙ୍କୁ ଏଥିରେ ସାମିଲ କରାଗଲେ ଚାଷୀର ସମସ୍ୟା ଲାଘବ ହେବା ସହିତ ବିକ୍ରି ଶିଘ୍ର ହେବ ଏବଂ ଚାଷୀ ପ୍ରକୃତରେ ଲାଭାନ୍ୱିତ ହେବ। ଅଥଚ ପ୍ରଶାସନିକ ବ୍ୟବସ୍ଥା ଗଳାବାଟକୁ ଧ୍ୟାନରେ ରଖି ମିର୍ଲସ ମାନେ ଜାଣିଶୁଣି ମଣ୍ଡି ବ୍ୟବସ୍ଥାରେ ଭାଗ ନ ନେଇ ଏମଏସପି ଦରଠାରୁ ଯେଭଳି କମ ଦରରେ ଧାନ କିଣା ଯାଇପାରିବା ଉପରେ ନଜର ରଖୁଛନ୍ତି ବୋଲି ଚାଷୀ ନେତା ପ୍ରଧାନ କହିଛନ୍ତି।

- Advertisement -

ଧାନ କିଣାବିକାରେ ଚାଷୀକୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ଏବଂ ଚାଷୀର ତାର ଫସଲର ଉଚିତ ମୂଲ୍ୟ ପାଇବ ବୋଲି ପ୍ରତି ବର୍ଷ ସରକାର ଘୋଷଣା କରୁଥିବା ବେଳେ ସରକାରୀ ବ୍ୟବସ୍ଥା ବଦଳୁ ନ ଥିବାରୁ ତାହା କେବଳ ଘୋଷଣାରେ ହିଁ ରହିଯାଉଛି। ଦଲାଲ ଓ ଅସାଧୁ ବ୍ୟବସାୟୀ ମାନେ ଜାଣିଶୁଣି ପ୍ରଶାସନର ଦୁର୍ବଳତାକୁ ଢ଼ାଲ କରି ଏମଏସପି ଦରରୁ କିଭଳି କମ ଦରରେ ଚାଷୀ ଠାରୁ ଧାନ କିଣି ଚଢ଼ା ଦରରେ ବିକ୍ରି କରିବେ, ତାହାର ବ୍ୟବସ୍ଥା କରୁଛନ୍ତି। ଏହା ସହିତ ମଣ୍ଡି ନିତି ଅନୁଯାୟୀ ଧାନ କିଣାବିକା ହେଉ ନ ଥିବା ଏବଂ କଟନୀ ଛଟନୀ ଦ୍ୱାରା ଚାଷୀ ବେଶ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାର ଓ ପ୍ରଶାସନ ସେମାନଙ୍କ ଉପରେ ଅଙ୍କୁଶ ରହୁ ନ ଥିବାରୁ ଚାଷୀ ଏହା ଦ୍ୱାରା ପ୍ରତାଡିତ ହେଉଛି। ପ୍ରତି ବର୍ଷ ଏଭଳି ଅବ୍ୟବସ୍ଥା ଜାରି ରହିଥିବାରୁ ଏଥିରେ ବ୍ୟାପକ ଦୁର୍ନିତ ହେବା ସହିତ ସଙ୍ଗଠିତ ର‍୍ୟାକେଟ୍‍ ସାମିଲ ରହୁଥିବାର ଅଭିଯୋଗ ହେଉଛି। ଏଣୁ ଚାଷୀ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଥିବାରୁ ବାରମ୍ବାର ଏଭଳି ଅବ୍ୟବସ୍ଥା ସର୍ମ୍ପକରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଅବିଳମ୍ବେ ସମସ୍ୟାର ସମାଧାନ କରିବାକୁ ଚାଷୀ ମହଲରୁ ଦାବି ହେଉଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories