www.samajalive.in
Sunday, December 7, 2025
15.1 C
Bhubaneswar

ଜୟପୁର-ନବରଙ୍ଗପୁର ରେଳପଥ ସମ୍ବନ୍ଧୀୟ ବୈଠକ; ୪୫ ଦିନ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବା ନିଷ୍ପତ୍ତି

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କର ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ନିର୍ମାଣ ପାଇଁ ଏକ ସମୀକ୍ଷା ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତା କରିଥିଲେ। ନୂତନ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେବେ ବୋଲି ପ୍ରତିଶୃତି ବଦ୍ଧ ଥିବାବେଳେ ଜମି ଅଧିଗ୍ରହଣକାର୍ଯ୍ୟ ଆରମ୍ଭ ହୋଇନାହିଁ। ଆସନ୍ତା ୪୫ ଦିନ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯିବ। ଜନଶୁଣାଣି କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ରେଳପଥ ୪୧.୩୫ କିମି ଦୂରତା ହେବ। ସେଥିମଧ୍ୟରୁ ନବରଙ୍ଗପୁର ଜିଲା ମଧ୍ୟରେ ୧୧ କି.ମି ରହିବ। ଏନେଇ ୭୪୭.୯୧ କୋଟି ଟଙ୍କା ବ୍ୟୟ ମଞୁର ହୋଇଛି। ନବରଙ୍ଗପୁର ଜିଲାର ଡାଇଭଟା, ନବରଙ୍ଗପୁର, ଗାଦବାଗୁଡା, ପଡାଲଗୁଡା ଅଞ୍ଚଳର ୧୪୯.୯୨୭ ଘରୋଇ ଜମି ଓ ସରକାରୀ ଜମି ୫.୪୧୮ ଏକର ଅଧିଗ୍ରହଣ ହେବ। ମୋଟ ୧୫୫.୩୪୫ ଏକର ଜମି ଅଧିଗ୍ରହଣ ହେବ। ଏନେଇ ମ୍ୟାପ ପ୍ରସ୍ତୁତ ହୋଇ ସାରିଛି। ବଡ ଧରଣର ପୋଲ ୯ଗୋଟି, ଛୋଟପୋଲ ୫୧ଟି ଓ ୨ଟି ଷ୍ଟେସନ ରହିବ ବୋଲି ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲାରେ ଜମିଅଧିଗ୍ରହଣ ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। କର୍ମଚାରୀ ଅଭାବ ଦେଖା ଦେଇଥିବାରୁ ଜିଲାର କେତେକ କର୍ମଚାରୀଙ୍କୁ ନିୟଜିତ କରାଯିବ। କୋରାପୁଟ ଜିଲାରୁ ଜିଲାପାଳଙ୍କ ଦ୍ୱାରା ପ୍ରତିନିଧିତ୍ୱ କରିଥିବା ଜୟପୁର ଉପଜିଲାପାଳ ବୈଠକରେ ଯୋଗ ଦେଇଥିିଲେ। କୋରାପୁଟ ଜିଲାରୁ କେତେ ଜମି ଅଧିଗ୍ରହଣ ହୋଇଛି ତାହା ଉପରେ ମଧ୍ୟ ସେ ବିସ୍ତୃତ ଉପସ୍ଥାପନା କରିଥିଲେ। ପରବର୍ତ୍ତୀ ବୈଠକ ସାଂସଦଙ୍କ ଅଧ୍ୟକ୍ଷତାରେ କୋରାପୁଟ ଜିଲାରେ ୨୦୨୧ ଫେବୃୟାରୀ ଶେଷ ସପ୍ତାହରେ ହେବ। ଏହି ବୈଠକରେ ମାଲକାନଗିରି ଜିଲାର ଅଧିକାରୀ ମଧ୍ୟ ଯୋଗ ଦେବେ। ମାଲକାନଗିରି ଜିଲାର ମଧ୍ୟ ରେଳପଥ ପ୍ରକଳ୍ପ ସାମିଲ ହୋଇଛିି। ଏନେଇ ସାଂସଦ ଶ୍ରୀ ମାଝୀ କହିଥିଲେ ଯେ, କୋଭିଡ ପାଇଁ ରେଳପଥ ସମୀକ୍ଷା ବୈଠକ ସ୍ଥଗିତ ରହିଥିଲା।

୨୦୧୬-୧୭ ଅଧିକ ବର୍ଷରୁ ଏହି ପ୍ରକଳ୍ପ ଅନୁମୋଦିତ ହୋଇ ସାରିଛି। ଯେତେଶିଘ୍ର ଜମି ଅଧିଗ୍ରହଣ ହେବ ସେତେଶିଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି। ଏହି ବୈଠକରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର, ଜୟପୁର ଉପଜିଲାପାଳ ହେମକାନ୍ତ ସେ, ଇଷ୍ଟକୋଷ୍ଟ ଜଗଦଲପୁର ଡିଭିଜନର ଏସ.ଏସ.ଇ. (ୱାର୍କ) ଏସ.ଗୋପାଲୁଡୁ, ଦନ୍ତେୱାଡା ଇଷ୍ଟକୋଷ୍ଟ (ବାଣିଜ୍ୟ)ପ୍ରବନ୍ଧକ ଟି.ଭି.ରାମଣା, ନବରଙ୍ଗପୁରର ଅତିରିକ୍ତ ଜିଲାପାଳ ନିମାଇଁ ଚରଣ ସୂତାର, ଉପଜିଲାପାଳ ଭାଷ୍କର ରଇତ ନନ୍ଦାହାଣ୍ଡି ଓ ନବରଙ୍ଗପୁର ତହସିଲଦାର ପ୍ରମୂଖ ଯୋଗ ଦେଇଥିିଲେ।

- Advertisement -

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories