www.samajalive.in
Monday, December 8, 2025
20.1 C
Bhubaneswar

ମଦ ନିଷିଦ୍ଧ ରାଜ୍ୟ​ରେ ଅଧିକ ମଦ୍ୟପ

ନୂଆଦିଲ୍ଲୀ : ନୀତୀଶ କୁମାରଙ୍କ ‘ମଦ୍ୟପାନ ନିଷିଦ୍ଧ’ ବିହାରରେ ଅଛନ୍ତି ସର୍ବାଧିକ ମଦ୍ୟପ ପୁରୁଷ। ଏମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି। ୨୦୧୬ ଏପ୍ରିଲ​ରେ ନୀତୀଶ କୁମାର ସରକାର ରାଜ୍ୟରେ ମଦର ବିକ୍ରୟ ଓ ମଦ୍ୟପାନ ଉପରେ ନିଷେଧାଦେଶ ଜାରି କରିଥିଲେ ମଧ୍ୟ ମଦୁଆଙ୍କ ପାଇଁ ବିଶେଷ ଫରକ ପଡ଼ି ନାହିଁ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ (୨୦୧୯-୨୦)ର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ରାଜ୍ୟରେ ୧୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଜନସଂଖ୍ୟାର ୧୫.୫ ପ୍ରତିଶତ ମଦ୍ୟପାନ କରନ୍ତି। ସହରାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ୧୪ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବାବେଳେ ଗ୍ରାମାଞ୍ଚଳରେ ଏହି ହାର ୧୫.୮ ପ୍ରତିଶତ। ଅପରପକ୍ଷରେ ମଦବହୁଳ ରାଜ୍ୟ ମହାରାଷ୍ଟ୍ରରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ମଧ୍ୟରୁ ୧୩.୯ ପ୍ରତିଶତ ମଦ୍ୟପାନ କରନ୍ତି। ରାଜ୍ୟର ସହରାଞ୍ଚଳରେ ଏହି ସଂଖ୍ୟା ୧୩ ପ୍ରତିଶତ ହୋଇଥିବାବେଳେ ଗ୍ରାମାଞ୍ଚଳରେ ୧୪.୭ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଗୁଜରାଟ ଓ ଜାମ୍ମୁ-କଶ୍ମୀରରେ ଏହି ହାର ସର୍ବନିମ୍ନସ୍ତରରେ ରହିଛି। ଏହି ବୟସରୁ ଅଧିକ ପୁରୁଷଙ୍କ କ୍ଷେତ୍ରରେ ଗୁଜରାଟରେ ୫.୮ପ୍ରତିଶତ ମଦ୍ୟପ ଥିବାବେଳେ ଜାମ୍ମୁ-କଶ୍ମୀରରେ ୮.୮୫ପ୍ରତିଶତ।
ସେହିପରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସିକିମ୍‌ରେ ମହିଳାଙ୍କ କ୍ଷେତ୍ରରେ ମଦ୍ୟପାନର ମାତ୍ରା ସର୍ବାଧିକ ରହିଛି। ଏହି ପରିମାଣ ୧୬.୨ ପ୍ରତିଶତ ଥିବାବେଳେ ଆସାମରେ ୭.୩ ପ୍ରତିଶତ। ବିହାର ଓ ମହାରାଷ୍ଟ୍ରରେ ମୋଟ ଜନସଂଖ୍ୟାର ୦.୪ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି। ବିହାରର ସହରାଞ୍ଚଳରେ ୦.୫ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି। ଅଧିକାଂଶ ରାଜ୍ୟର ସହରାଞ୍ଚଳ ତୁଳନାରେ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ମଦ ବ୍ୟବହାର ଯଥେଷ୍ଟ ଅଧିକ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମଦ୍ୟପାନ ତୁଳନାରେ ସମସ୍ତ ରାଜ୍ୟରେ ତମାଖୁ ସେବନ ହାର ବହୁ ଅଧିକ। ମିଜୋରାମରେ ସର୍ବାଧିକ ୭୫ ପ୍ରତିଶତରୁ ଅଧିକ ପୁରୁଷ ତମାଖୁ ସେବନ କରୁଥିବାବେଳେ କେରଳରେ ୧୭ ପ୍ରତିଶତ ଓ ଗୋଆରେ ୧୮ ପ୍ରତିଶତ ରହିଛି। ବିଭିନ୍ନ ରାଜ୍ୟର ୬ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିବା ଏନ୍‌ଏଫ୍‌ଏଚ୍‌ଏସ୍‌ ପକ୍ଷରୁ କୁହାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories