www.samajalive.in
Monday, November 17, 2025
17.1 C
Bhubaneswar

୧୦ ନକ୍ସଲଙ୍କ ମୁଣ୍ଡ ପାଇଁ ୪.୩୦ କୋଟି

ମନମୁଣ୍ଡା: ମାଓ ପ୍ରଭାବିତ ବୌଦ୍ଧ ଜିଲାରେ ମାଓବାଦୀ ଧରପଗଡ଼ ଅଭିଯାନ ନେଇ ପୁଲିସ କିଛି ସନ୍ଦିଗ୍ଧ ମାଓବାଦୀଙ୍କ ଫଟୋ ଓ ତଥ୍ୟ ଜାରି କରିଛି। ମାଓପ୍ରବଣ ମନମୁଣ୍ଡା ଥାନାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ସଂପୃକ୍ତ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ପୁଲିସ ଘୋଷଣା କରିଛି। କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼କୁ ନେଇ ଗଠିତ (କେକେବିଏନ୍‌) ସଂଗଠନର ମୋଟ ୧୦ ମାଓବାଦୀଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଜନସାଧାରଣ ସେମାନଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଲେ ସେମାନଙ୍କ ପରିଚୟ ଗୋପନ ରଖାଯିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି।

ବୌଦ୍ଧ ଜିଲା ମନମୁଣ୍ଡା ଥାନାଞ୍ଚଳର ଖଣ୍ଡିକନପା, ନଲିକୁମ୍ପା, ଲୁହୁରାପଡ଼ା, ସିଗାଡ଼ି, ମାତାଗାଡୁ, ଭଡ଼ାମୁଣ୍ଡ, ତିଳପଙ୍ଗାରେ ପୋଷ୍ଟରସବୁ ଲଗାଯାଇଛି। ସେହିପରି ସାମାଜିକ ଗଣମାଧ୍ୟମରେ ମଧ୍ୟ ଭିଡିଓ ଜାରି କରାଯାଇଛି। ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ପୁଲିସ ଆହ୍ବାନ ଦେଇଛି। ମନମୁଣ୍ଡା ଥାନା ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ସହ ମାଓବାଦୀଙ୍କ ଚରାଭୂଇଁ ପାଲଟିଛି।

Hot this week

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

Related Articles

Popular Categories