www.samajalive.in
Friday, December 12, 2025
16.1 C
Bhubaneswar

ମାଓବାଦୀଙ୍କ ନୂଆ ରଣନୀତି; କ୍ୟାଡରଙ୍କୁ ପରିଚୟପତ୍ର ପ୍ରଦାନ

ମାଲକାନଗିରି : ମାଓବାଦୀ ସଂଗଠନଗୁଡିକ ନିଜ କ୍ୟାଡରଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ନିଜର ରଣନୀତିରେ ପରିବର୍ତ୍ତନ କରିଛନ୍ତି। ସରକାରୀ ଓ ବେସରକାରୀ ସଂସ୍ଥା ଭଳି ମାଓ ସଂଗଠନଗୁଡିକ ପକ୍ଷରୁ ଏହାର କ୍ୟାଡରମାନଙ୍କୁ ପରିଚୟପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି, ସିପିଆଇ ମାଓ ସଂଗଠନ ପକ୍ଷରୁ ନିଜର କ୍ୟାଡର ସାଥିମାନଙ୍କୁ ସ୍ୱତନ୍ତ୍ର ଭାବେ ଲାଲ ଅକ୍ଷର ଓ ଲାଲ ପତାକାରେ ତିଆରି ହୋଇଥିବା ପରିଚୟପତ୍ର ବଣ୍ଟନ କରାଯାଉଛି। ଆଞ୍ଚଳିକ ଏରିଆ କମିଟି ଭାବେ ରହିଥିବା ଛତିଶଗଡର ଦର୍ଭା ଡିଭିଜନ, କୋଂଟା ଡିଭିଜନ, ସାବେରୀ ଡିଭିଜନ, ବିଜାପୁର ସଂଗଠନ, ଓଡିଶାର ଏମ୍‍କେଭି ଡିଭିଜନ, କୋରୁକୋଣ୍ଡା ଡିଭିଜନ, ପିଏଲଜିଏ ବାହିନୀ ଭଳି ୩୬ଟି ଛାମୁଆ ମାଓ ସଂଗଠନକୁ ଏହି କାର୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡରେ ପୁଲିସର ଏନକାଉଣ୍ଟର ସମୟରେ ଏଭଳି କିଛି ପରିଚୟପତ୍ର ମିଳିବା ପରେ ପୁଲିସ ଓ ଗୁଇନ୍ଦା ବାହିନୀ ଏଥିନେଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମାଓବାଦୀଙ୍କ ଏଭଳି ପରିବର୍ତ୍ତିତ ରଣନୀତି ସମ୍ପର୍କରେ ଜାଣିବାକୁ ମିଳିଛି। ବିଶେଷକରି କେନ୍ଦ୍ରୀୟ କମିଟିର ପୁରୁଖା ନେତାଙ୍କୁ ପୁଲିସ ଏନକାଉଣ୍ଟରରୁ ରକ୍ଷା କରିବା ପାଇଁ ଚାରିସ୍ତରୀୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବରୁ ମାଓ କ୍ୟାମ୍ପକୁ ପୁଲିସମାନେ ନିଜକୁ ମାଓବାଦୀ କ୍ୟାଡର ପରିଚୟଦେଇ ପଶିଆସିବା ପରେ ଏନକାଉଣ୍ଟର କରି ଲାଲ ସଂଗଠନକୁ କ୍ଷତି ପହଞ୍ଚାଇବା ଘଟଣାରୁ ସଂଗଠନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ବର୍ତମାନ ସ୍ଥିତିରେ ଲାଲ ସଂଗଠନ ଦୁର୍ବଳ ହୋଇପଡୁଥିବା ବେଳେ ପୁଲିସର ମନୋବଳ ବୃଦ୍ଧି ପାଇଛି। ନିଜର କ୍ୟାଡର ସାଥୀମାନଙ୍କୁ ସିପିଆଇ ପକ୍ଷରୁ ସୁରକ୍ଷା ଦିଆଯିବାସହ ଏନକାଉଣ୍ଟର ପରେ ମାଓବାଦୀମାନେ ଅନ୍ୟ ମାଓକ୍ୟାମ୍ପକୁ ଯିବା ସମୟରେ ଅସୁବିଧା ହେଉଥିବାରୁ ସଂଗଠନ ପକ୍ଷରୁ ପ୍ରଦତ୍ତ ସ୍ୱତନ୍ତ୍ର ପରିଚୟପତ୍ର ଏ କ୍ଷେତ୍ରରେ ତାଙ୍କୁ କ୍ୟାଡର ଭାବେ ଚିହ୍ନଟ କରିବାରେ ସହାୟକ ହେବ ବୋଲି କୁହାଯାଉଛି। ଓଡିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ଚାରିଟି ରାଜ୍ୟରେ ବର୍ତମାନ ସଂଗଠନର ନୂତନ ଦାୟିତ୍ୱ ନେଇଥିବା ନାମ୍ବାଲା କେଶବ ରାଓଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ପରିଚୟପତ୍ର ଇତିମଧ୍ୟରେ ମାଓବାଦୀଙ୍କୁ ମିଳିସାରିଥିବା ଜଣାପଡିଛି। ତେବେ ଏଥିନେଇ ବିଧିବଦ୍ଧଭାବେ କୌଣସି ସ୍ପଷ୍ଟସୂଚନା ମିଳିନଥିବା ବେଳେ ପୁଲିସ ପକ୍ଷରୁ କୌଣସି ମଧ୍ୟ କିଛି କୁହାଯାଇନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories