www.samajalive.in
Friday, December 5, 2025
20.1 C
Bhubaneswar

ଲୋକ ନୃତ୍ୟ ଗରବା ବିନା ପାଳନ ହେବ ଗୁଜୁରାଟର ନବରାତ୍ର

ନବରାତ୍ର ସମୟରେ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିବା ଗୁଜୁରାଟ, ଏଥର କିନ୍ତୁ ଫିକା ପଡି ଯାଇଛି। ଗୁଜୁରାଟର ସବୁଠାରୁ ଲୋକପ୍ରିୟ ପର୍ବ ମଧ୍ୟରୁ ନବରାତ୍ରୀ ଅନ୍ୟତମ। ଗରବା ଗୁଜୁରାଟର ଏକ ଲୋକପ୍ରିୟ ଲୋକ ନୃତ୍ୟ ଏବଂ ନବରାତ୍ର ସମୟରେ ଉତ୍ସାହ ସହିତ ପରିବେଷଣ କରାଯାଏ। ଏଥର ବିନା ଗରବାରେ ନବରାତ୍ର ପାଳନ କରାଯିବ ବୋଲି ରାଜ୍ୟ ସରକାର ନିଷତ୍ତି ନେଇଛନ୍ତି। କାରଣ ଗରବା ନୃତ୍ୟ କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ଆଗମନ ହୋଇଥାଏ। ଏହା ଦ୍ବାରା କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଗୁଜୁରାଟର ଫେଷ୍ଟିଭ୍ ସିଜନ୍ ଗାଇଡ୍ଲାଇନ୍ସ ଅନୁଯାୟୀ,  କୌଣସି ସ୍ଥାନରେ ବଡ, ମଧ୍ୟମ କିମ୍ବା ଛୋଟ ଧରଣର ଗରବା ଇଭେଣ୍ଟ ପାଇଁ ଅନୁମତି ଦିଆଯିବ ନାହିଁ।

- Advertisement -

ଦେବୀ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଲୋକମାନେ ଛୋଟ ସମାବେଶ କରିପାରିବେ।

ପ୍ରାର୍ଥନା ଅଧିବେଶନରେ ୨୦୦ରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ ।

ଦୁର୍ଗା ପ୍ରାର୍ଥନା ଅଧିବେଶନ ଏକ ଘଣ୍ଟାରୁ ଅଧିକ ହୋଇପାରିବ ନାହିଁ ।

ପୁଲିସ ଓ ପ୍ରଶାସନ କଠୋର ସଜାଗ ରହିବେ, ଯାହାଦ୍ୱାରା ସମାବେଶରେ କେହି ଗରବା ପ୍ରଦର୍ଶନ କରିପାରିବେ ନାହିଁ।

ଯେଉଁମାନେ ପ୍ରାର୍ଥନା ଅଧିବେଶନ ଆୟୋଜନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରଙ୍କଠାରୁ ପୂର୍ବ ଅନୁମତି ନେବାକୁ ପଡ଼ିବ।

ପ୍ରାର୍ଥନା ସମାବେଶରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ।

୬୫ରୁ ଅଧିକ ବୟସ୍କ ନାଗରିକ, ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳାଙ୍କୁ ନବରାତ୍ର ସମୟରେ ସାଧାରଣ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ନବରାତ୍ର ସମ୍ପ୍ରଦାୟର ପ୍ରାର୍ଥନା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଥର୍ମାଲ୍ ସ୍କାନର୍ ବାଧ୍ୟତାମୂଳକ |

ନବରାତ୍ର ଠାରୁ ଦିପାବଳୀ ପର୍ଯ୍ୟନ୍ତ ପ୍ରଦର୍ଶନୀ ଏବଂ ମେଳାକୁ ଅନୁମତି ଦିଆଯାଇ ନାହିଁ।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories