www.samajalive.in
Saturday, December 6, 2025
16.1 C
Bhubaneswar

ବାବୁଶାନଙ୍କ ସହ କଥାହେଲେ ନବୀନ, ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ଭୁବନେଶ୍ଵର: ବରିଷ୍ଠ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୁରୁବାର ଉତ୍ତମଙ୍କ ପୁଅ ତଥା ଅଭିନେତା ବାବୁଶାନ୍‌ଙ୍କ ସହ ଭିଡିଓ କଲ୍‌ ଯୋଗେ କଥା ହୋଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ନବୀନ। ପିତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ବର୍ତ୍ତମାନ ସାମାନ୍ୟ ଉନ୍ନତି ଘଟିଛି। ସେ ଭେଣ୍ଟିଲେଟରରେ ଅଛନ୍ତି କିନ୍ତୁ ବିପଦମୁକ୍ତ ଅଛନ୍ତି। ଡା. ସ୍ମୃତି ମିଶ୍ରଙ୍କ ନେତୃତ୍ବରେ ଅଭିଜ୍ଞ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଥିବା ଜଣାଇଛନ୍ତି ବାବୁଶାନ୍‌। ଆଗକୁ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ତାଙ୍କୁ ଅବଗତ କରାଇବାକୁ ବାବୁଙ୍କୁ କହିଛନ୍ତି ନବୀନ।

ସୂଚନାଯୋଗ୍ୟ, ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଫେବୃଆରୀ ୮ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ବର୍ତ୍ତମାନ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories