www.samajalive.in
Friday, December 5, 2025
27.1 C
Bhubaneswar

ଗୁଗଲ୍ ସର୍ଚ୍ଚ କରି ଚୋରି : ଧନୀଙ୍କୁ ଟାର୍ଗେଟ୍‌ କରୁଥିଲା ସ୍ପାଇଡର୍‌ ସତୀ

ଭୁବନେଶ୍ଵର: ଗୁଗଲ୍ ସର୍ଚ୍ଚ କରି ଚୋରି କରିଥିଲା ଅଭିଯୁକ୍ତ।  ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ୍ । ବିଜୟଓ୍ବାଡାରୁ ଅଭିଯୁକ୍ତ ସ୍ପାଇଡର୍ ସତୀକୁ ଗିରଫ କରାଯାଇଛି।   କମିଶନରେଟ୍ ପୁଲିସ୍ ଅଭିଯୁକ୍ତକୁ ଆନ୍ଧ୍ର ପ୍ରଦେଶ ବିଜୟଓ୍ବାଡାରୁ ଗିରଫ କରିଛି। ଅଭିଯୁକ୍ତ ନାମ କେ. ସତୀ ବାବୁ ଓରଫ୍ ସ୍ପାଇଡର୍ ସତୀ ବୋଲି ଜଣାପଡିଛି।  ୪୦୦ ସିସି ଟିଭି, ୧୦ ହଜାର ମୋବାଇଲ ଫୋନ୍ ଯାଞ୍ଚ କରି ଅଭିଯୁକ୍ତ ଧରାପଡିଛି। ଚୋରି ହୋଇଥିବା ବିପୁଳ ହୀରା ମଧ୍ୟ ଜବତ ହୋଇଛି। ଧନୀ ଲୋକଙ୍କ ଘରୁକୁ ଟାର୍ଗେଟ୍ କରୁଥିଲା ସ୍ପାଇଡର ସତୀ । ଗୁଗୁଲରୁ ସର୍ଚ୍ଚ କରି ସେ ଧନୀ ଲୋକଙ୍କ ଘରେ ପଶୁଥିଲା। ସ୍ପାଇଡର ସତୀ ନାଁରେ ୭୦ରୁ ଅଧିକ ମାମଲା ରହିଛି। ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୁଲିସ୍ କମିଶନର।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories