www.samajalive.in
Saturday, December 6, 2025
23.1 C
Bhubaneswar

ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ: ନବୀନ

ଭୁବନେଶ୍ବର: ସୋମବାର ଠାରୁ ଆରମ୍ଭ ହେଉଛି ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ୧୨ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ସଂକ୍ଷିପ୍ତ ଅଧିବେଶନରେ ୨୦୧୯-୧୦ ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ(ଲେଖାନୁଦାନ) ଉପସ୍ଥାପନ କରାଯିବ। ଅଧିବେଶନ ପାଇଁ ଶାସକ ଓ ବିରୋଧୀ ରଣନୀତି ଚୂଡ଼ାନ୍ତ କରିଛନ୍ତି। ଅଧିବେଶନର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର ସମସ୍ତ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି।
ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଗୃହରେ ଯେଉଁ ସବୁ ପ୍ରସଙ୍ଗ ଉଠିବ ତା’ ଉପରେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଖୋଲାଖୋଲି ଭାବେ ସମସ୍ତ ବିଷୟରେ ଆଲୋଚନା କରିବୁ। ଗୃହରେ ଆମ ସରକାରର ସଫଳତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ। ଏହାବ୍ୟତୀତ ମହାନଦୀ, ପୋଲାଭରମ ପ୍ରସଙ୍ଗ ସମେତ ସମସ୍ତ କେନ୍ଦ୍ରୀୟ ଅବହେଳା ସମ୍ପର୍କରେ ଆଲୋଚନା ହେବ। ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଅର୍ଥ କାଟିବା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଏବଂ ଏଥିଯୋଗୁଁ ରାଜ୍ୟ ଉପରେ ପଡୁଥିବା ଅଧିକ ଆର୍ଥିକ ବୋଝ ଉପରେ ମଧ୍ୟ ବିଧାନସଭାରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ କହିଛନ୍ତି, ୭ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଧିବେଶନ। ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କର ଅଭିଭାଷଣ ରଖିବେ। ୫ ଓ ୬ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହି ଅଧିବେଶନରେ ଆସନ୍ତା ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ ୭ତାରିଖରେ ଲେଖାନୁଦାନ ଗୃହୀତ ହେବ। କେନ୍ଦ୍ରୀୟ ଅନୁଦାନ ହ୍ରାସ ଏବଂ କୋଇଲା ରୟାଲିଟି ପ୍ରସଙ୍ଗ ଉପରେ ଆଲୋଚନା କରାଯିବାକୁ ବିଧାୟକଦଳ ବୈଠକରେ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ବିଧାନସଭାରେ ଉପସ୍ଥାପନ କରାଯିବାକୁ କୌଣସି ବିଧେୟକ ଏପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇନଥିବା ସେ କହିଛନ୍ତି। ବିଜେଡି ବିଧାୟକ ଦଳ ବୈଠକରେ ୭୩ଜଣ ସଦସ୍ୟ ଉପସ୍ଥିତ ଥିଲେ।
ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ନରସିଂହ ମିଶ୍ରଙ୍କର ବିରୋଧୀ ଦଳ ନେତା ମାନ୍ୟତା ରହିବେ କି ନା ସେ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଆରୁଖ କହିଛନ୍ତି, ସେ ନିଷ୍ପତ୍ତି ବାଚସ୍ପତି ନେବେ। ଦୁଇ ବିଧାୟକଙ୍କ ଇସ୍ତଫା ପରେ ବିରୋଧୀ ଦଳ ନେତା ତାଙ୍କ ଆଡୁ ସରାକାରୀ ସୁବିଧା ସୁଯୋଗ ପ୍ରତ୍ୟାହାର କରିନେବା ପାଇଁ ଜଣାଇବା ଉଚିତ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories