www.samajalive.in
Saturday, December 6, 2025
14.1 C
Bhubaneswar

ଚିଟ୍‌ଫଣ୍ଡ ଦୁର୍ନୀତିରେ ଶାସକ ଦଳକୁ ଘେରିବେ କଂଗ୍ରେସ 

ଭୁବନେଶ୍ବର: ସୋମବାର ଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପକ୍ଷରୁ ରଣନୀତି ଚୂଡ଼ାନ୍ତ ହୋଇଛି। ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଶାସକ ଦଳର ବିଫଳତାକୁ ନେଇ କଂ​‌େ​ଗ୍ରସ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି। କୃଷକଙ୍କ ପ୍ରମୁଖ ଦାବି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଏବଂ ଚିଟଫଣ୍ଡ ଦୁର୍ନୀତରେ ଶାସକ ସଦସ୍ୟଙ୍କ ସଂପୃକ୍ତିକୁ ଦଳ ପ୍ରମୁଖ ପ୍ରସଙ୍ଗ କରିବ ବୋଲି ବୈଠକ ଶେଷ​‌େ​‌ର ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି।
ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସେ ପ୍ରକାଶ କରିଛନ୍ତି, ଅଧିବେଶନ କାଳରେ ଦଳ କୃଷି ଓ କୃଷକଙ୍କ ସମସ୍ୟା, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପ୍ରସଙ୍ଗ ଉପସ୍ଥାପନ କରିବ। କୃଷକମାନେ ଋଣ ପାଇପାରୁନାହାନ୍ତି। ରାଜ୍ୟ ସରକାର କାଳିଆ ଯୋଜନା କାର୍ଯ୍ୟକାରୀ କରି ବାହାବା ନେବାକୁ ଯେଉଁ ଉଦ୍ୟମ କରିଛନ୍ତି ତାହା କେବଳ ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଶୋଇ ରହିଥିଲେ। ନିର୍ବାଚନ ପୂର୍ବରୁ କୃଷକଙ୍କ ପାଇଁ ଯୋଜନା କରିଛନ୍ତି। ଏଥିରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଦଳ ଶାସକ ଦଳର ଉତ୍ତର ଦାବି କରାଯିବ। ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଦଳର ୮ ଜଣ ବିଧାୟକ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories