www.samajalive.in
Friday, December 12, 2025
15.1 C
Bhubaneswar

ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର : ମୟୂରଭଞ୍ଜରେ ବାଙ୍ଗିରିପୋଷି-ଗୋରୁମହିଷାଣିି ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ବୁଢ଼ାମରା-ଚକୁଳିଆ ମଧ୍ୟରେ ରେଳପ୍ରକଳ୍ପ ତୁରନ୍ତ ମଞ୍ଜୁର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ଓଡ଼ିଶା ଭିତରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ବାବଦରେ ଜମି ବିନା ମୂଲ୍ୟରେ ଯୋଗାଇଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ମୟୂରଭଞ୍ଜ ହେଉଛି ଓଡ଼ିଶାର ବୃହତ ଆଦିବାସୀ ଅଧ୍ୟୁଷିତ ଜିଲା। ଏଠାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନରେ ପୃଥିବୀର ସର୍ବାଧିକ ବାଘ ରହିଛନ୍ତି। ପର୍ଯ୍ୟଟନ କ୍ଷେତ୍ର ପାଇଁ ଏଠାରେ ଅପାର ସୁଯୋଗ ରହିଛି। ସ୍ବାଧୀନତା ପୂର୍ବରୁ ଏଠାରେ ରେଳପଥର ବିକାଶ ଘଟିଥିଲା। ତେବେ ସ୍ବାଧୀନତା ପୂର୍ବରୁ ରାଜା ରାଜୁଡ଼ା ଶାସନ ସମୟରେ ଏଠାରେ ରେଳପଥର ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ମାତ୍ର ଏବେ କେନ୍ଦ୍ର ସରକାର ରେଳପଥର ବିକାଶ ପ୍ରତି ବି​‌େ​‌ଶଷ‌​‌ ଧ୍ୟାନ ଦେଇ ନାହାନ୍ତି। ବର୍ତ୍ତମାନର ରୁପସା-ବାଙ୍ଗିରିପୋଷି ଲାଇନ ହାୱଡ଼ା-ଚେନ୍ନଇ ଟ୍ରଙ୍କକୁ ସଂଯୋଗ କରୁଛି କିନ୍ତୁ ବାଙ୍ଗିରିପୋଷିଠାରେ ଏହା ଶେଷ ହୋଇଛି। ଏହାଦ୍ବାରା ରେଳ କେବଳ ରୁପସା ପଟରୁ ଆସୁଛି ହେଲେ ଟାଟାନଗର ଦିଗକୁ କୌଣସି ସଂଯୋଗ ନାହିଁ ଯାହା ହାୱଡ଼ା-ମୁମ୍ବଇ ଟ୍ରଙ୍କ ରୁଟରେ ରହିଛି। ପୂର୍ବରୁ ଓଡ଼ିଶାର ବୁଢ଼ାମରାରୁ ଝାଡ଼ଖଣ୍ଡର ଚକୁଳିଆ ମଧ୍ୟରେ ୫୦କିମି ସଂଯୋଗ ନିମନ୍ତେ ରେଳବାଇ ମଞ୍ଜୁର କରିଥିଲେ ହେଁ ରେଳବାଇ ଏବେ ଅର୍ଥାଭାବ ଦର୍ଶାଇ ଏ ପ୍ରକଳ୍ପକୁ ମଞ୍ଜୁରି ତାଲିକାରୁ ବାଦ ଦେଇଛି। ସେହିପରି ବାଙ୍ଗିରିପୋଷି ଓ ଗୋରୁମହିଷାଣି ମଧ୍ୟରେ ୪୨କିମି ଲାଇନ ସର୍ଭେ କାମ ଶେଷ ହୋଇଥିଲେ ହେଁ ଏଥିରୁ ଲାଭ ମିଳିବ ନାହିଁ ବୋଲି ଦର୍ଶାଇ ରେଳବାଇ ଏଠାରେ କାର୍ଯ୍ୟାଦେଶ ପାଇଁ ଅର୍ଥ ମଞ୍ଜର କରୁନାହିଁ। ନୂଆ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଆର୍ଥିକ ଦୃଷ୍ଟିରୁ ଏହାର ଉପାଦେୟତା ତାହା ବିଚାରଯୋଗ୍ୟ ବିଷୟ ମାତ୍ର ଏହା ଏକମାତ୍ର କାରଣ ହୋଇ ନପାରେ। ମିସିଙ୍ଗ ଲିଙ୍କ, ବିକଳ୍ପ ରେଳ ମାର୍ଗ ତିଆରି ଏବଂ ବୃହତର ସାମାଜିକ ଦିଗ ବିଚାରକୁ ନେଇ ରେଳବାଇ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦେଉଛନ୍ତି। ଏସବୁ ଦୃଷ୍ଟିରୁ ମୟୂରଭଞ୍ଜରେ ରେଳପଥର ବିକାଶ ନିମନ୍ତେ ରେଳବାଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories