www.samajalive.in
Saturday, December 6, 2025
23.1 C
Bhubaneswar

ଜାତୀୟ କ୍ରୀଡ଼ା ଦିବସ ଅବସରରେ ହକି ଯାଦୁଗରଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ଜାତୀୟ କ୍ରୀଡ଼ା ଦିବସ । ଅଗଷ୍ଟ ୨୯ ତାରିଖ ହକିର ଯାଦୁଗର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ କ୍ରୀଡ଼ ଦିବସ ଭାବେ ପାଳନ କରାଯାଉଛି । ୧୯୦୫ ଅଗଷ୍ଟ ୨୯ ତାରିଖରେ ସେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ।। ତାଙ୍କର ପ୍ରକୃତ ନାମ ହେଉଛି ‘ଧ୍ୟାନ ସିଂହ’ । ପିଲାଦିନେ ସେ କୁସ୍ତି ଖେଳିବାକୁ ଚାହୁଁଥିଲେ । ୧୯୨୨ ସସିହାରେ ଧ୍ୟାନ ଚାନ୍ଦ ସେନାରେ ଯୋଗଦେଇଥିଲେ । ସେଠାରୁ ହକି ସହ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା । ରାତିରେ ଜହ୍ନ ଆଲୁଅରେ ସେ ହକି ଆଭ୍ୟାସ କରୁଥିଲେ । ଜହ୍ନ ଆଲୁଅରେ ଖେଳୁଥିବା ଦେଖି ସାଙ୍ଗମାନେ ତାଙ୍କୁ ​‌ ଚାନ୍ଦ ଡାକିବା ଆରମ୍ଭ କରିଥିଲେ । ତେଣୁ ସବୁଦିନ ପାଇଁ ସେ ଧ୍ୟାନ ସିଂହରୁ ଧ୍ୟାନ ଚାନ୍ଦ ପାଲଟି ଯାଇଥିଲେ ।

ଧ୍ୟାନ ଚାନ୍ଦ ୧୯୨୬-୧୯୪୮ ମଧ୍ୟରେ ୪୦୦ରୁ ଅଧିକ ଗୋଲ୍ ଦେଇଛନ୍ତି । ସେ ଭାରତକୁ ୩ ଥର ୧୯୨୮, ୧୯୩୨ ଓ ୧୯୩୬   ମସିହାରେ ଅଲମ୍ପିକ ବିଜେତା କରାଇଥିଲେ । ୧୯୩୬ରେ ବର୍ଲିନ ଅଲମ୍ପିକରେ  ତାଙ୍କ ଖେଳ ଦେଖି ହିଟଲର ବିସ୍ମିତ ହୋଇଯାଇଥିଲେ । ତାଙ୍କୁ ଜର୍ମାନୀର ନାଗରିକତ୍ୱ ଏବଂ ନାଜି ସେନାର କର୍ନେଲ ପଦ ଯାଚିଥିଲେ । ତାଙ୍କ ହକି ଷ୍ଟିକରେ ବଲ ଏପରି ଲାଖିରହୁଥିଲା ଯେ, ଯିଏ  ଖେଳ ଦେଖୁଥିଲେ ଚକିତ ହୋଇଯାଉଥିଲେ ତେଣୁ ତାଙ୍କୁ ହକିର ଯାଦୁଗର କୁହାଯାଏ। ତାଙ୍କ ନାମରେ ନୂଆଦିଲ୍ଲୀରେ ‘ଧ୍ୟାନ ଚାନ୍ଦ ନେସନାଲ ଷ୍ଟାଡ଼ିୟମ’ ନିର୍ମାଣ କରାଯାଇଛି ।  ତେଣୁ ତାଙ୍କ ଜନ୍ମ ଦିବସ ଭାରତରେ ଜାତୀୟ କ୍ରୀଡ଼ ଦିବସ ଭାବେ ପାଳନ କରାଯାଉଛି ।

- Advertisement -
Image Credit : @BajrangPunia

 

 

 

 

 

 

ଜାତୀୟ କ୍ରୀଡ଼ା ଦିବସରେ ଆଜି କ୍ରୀଡାବିତ ମାନଙ୍କୁ ପୁରସ୍କାର  ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର କ୍ରୀଡା ଓ  ଯୁବ ସେବା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଥର ୨ ଜଣ ଦୀପା ମଲ୍ଲିକ ( ପାରା ଅଲମ୍ପିକ), ବଜରଙ୍ଗ ପୁନିଆ ( କୁସ୍ତି )  ଖେଳରତ୍ନ ପାଇଁ ମନୋନୀତ ହୋଇ ଥିବାବେଳେ ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ  । ପ୍ରଥମ ଭାରତୀୟ ମହିଳା ଭାବେ ପାରାଅଲମ୍ପିକ କୃତିତ୍ୱ ହାସଲ କରିଥିବା ଦୀପା ମଲ୍ଲିକ ଏହି ପୁରଷ୍କାର ପାଇବାକୁ ଯାଉଛନ୍ତି । ସେହିପରି ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଉଛନ୍ତି : ରବିନ୍ଦ୍ର ଜାଡ଼େଜା (କ୍ରିକେଟ ), ମହମ୍ମଦ ଆନ୍ସ ( ଆଥଲେଟିକ୍ସ) , ଗୁରୁପ୍ରୀତ ସିଂହ( ଫୁଟବଲ), ସୋନିଆ ଲାଦର ( ବକ୍ସିଂ), ଚିଙ୍ଗଲେସନା ସିଂହ (ହକି), ଏସ. ଭାସ୍କରଣ ( ବଡି ବିଲ୍ଡିଂ ), ଅଜୟ ଠାକୁର ( କବାଡି), ଅନଜୁମ ମୁଦଗୁଲି ( ସୁଟିଂ), ପ୍ରଣୀଥ (ବ୍ୟାଡମିନଟନ), ତେଜିନ୍ଦର ପାଲ ( ଆଥଲେଟିକ୍ସ), ପ୍ରମୋଦ ଭଗତ (ପାରା-ବ୍ୟାଡମିନଟନ), ହରମିତ ରାଜୁଲ ଦେଶାଇ (ଟେବୁଲ ଟେନିସ), ପୂଜା ଧଣ୍ଡ ( କୁସ୍ତି), ଫାଉଦ ମିର୍ଜା ( ଇକ୍ୟୁ ଷ୍ଟେନ୍ ), ସିମରନ ସିଂହ ( ପୋଲୋ) , ପୁନମ ୟାଦବ ( କ୍ରିକେଟ), ସ୍ୱାପ୍ନା ବର୍ମା( ଆଥଲେଟିକ), ସୁନ୍ଦର ସିଂହ ( ପାରା- ଆଥଲେଟିକ) ଏବଂ ଗୌରବ ସିଂହ ( ଗାଡ଼ିଚାଳନା) ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories