www.samajalive.in
Saturday, December 6, 2025
14.1 C
Bhubaneswar

କଣ୍ଟାବାଞ୍ଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡ଼ା ଦିବସ ପାଳନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । କରୋନା ଆଚରଣ ବିଧି ମଧ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ସାହୁ, ସମ୍ପାଦକ ବ୍ରଜଶ୍ୟାମ ଗୁରୁ ଓ କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା ଯୋଗ ଦେଇ କ୍ରୀଡାର ମହତ୍ତ୍ଵ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନଲାଇନ ମାଧ୍ୟମରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ ଏବଂ ପ୍ରଶ୍ନମଞ୍ଚ ପ୍ରତିଯୋଗିତାର ଆୟୋଜନ କରାଯିବା ସହ ଭାରତର ବିଭିନ୍ନ କ୍ରୀଡା ଓ କ୍ରୀଡାବିତମାନଙ୍କର ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ସହପ୍ରଧାନ ଆଚାର୍ଯ୍ୟ ପବନ କୁମାର ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ବରିଷ୍ଠ ଆଚାର୍ଯ୍ୟ ପ୍ରଶାନ୍ତ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ପୂର୍ଣ୍ଣିମା ଖମାରୀଙ୍କ ସଂଯୋଜନା ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories