ଗଞ୍ଜାମ ଜିଲ୍ଲାର ୨ ବ୍ଲକ୍‍ ଓ ୪ ପଚାଂୟତକୁ ଜାତୀୟ ପଚାଂୟତ ପୁରସ୍କାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ୍‍ ଓ ୪ଟି ପଚାଂୟତକୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପଚାଂୟତ ପୁରସ୍କାର ପ୍ରଦାନ କରାଯାଇଥିବାରୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କରୋନା ମହାମାରୀ ସମୟରେ ଉନ୍ନତ ପ୍ରଦର୍ଶନ କରି ଜିଲ୍ଲାର ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ଦୁଇଟି ବ୍ଲକ୍‍ ହିଞ୍ଜଳିକାଟୁ ଓ ଶେରଗଡ଼ ବ୍ଲକ ଏବଂ ୪ଟି ପଚାଂୟତ ବଡ଼ଖଣ୍ଡି, ରାମଚନ୍ଦ୍ରପୁର, ଆଡ଼ପଡା ଓ ବଡ଼ବୋରସିଙ୍ଗି ପଚାଂୟତକୁ ଜାତୀୟ ପଚାଂୟତ ପୁରସ୍କାରରେ ସମ୍ମାନିତ କରାଯାଇଛି।


ହିଞ୍ଜଳିକାଟୁ ଓ ଶେରଗଡ଼ ବ୍ଲକକୁ ଦିନଦୟାଲ ଉପାଧ୍ୟାୟ ପଚାଂୟତ ସଶକ୍ତିକରଣ ପୁରସ୍କାର ବଡ଼ଖଣ୍ଡି ଓ ରାମଚନ୍ଦ୍ରପୁର ପଚାଂୟତକୁ ମଧ୍ୟ ଏହି ପୁରସ୍କାର ମିଳିଛି। ଆଡ଼ପଡା ପଚାଂୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର -୨୦୨୧ ମିଳିଛି। ସେହିପରି ବଡ଼ବୋରସିଙ୍ଗି ଗ୍ରାମ ପଚାଂୟତକୁ ଚାଇଲ୍ଡ ଫ୍ରେଣ୍ଡଲି ପଚାଂୟତ – ୨୦୨୧ ପୁରସ୍କାର ମିଳିଛି। ଗଞ୍ଜାମ ଜିଲ୍ଲା ଡିଆରଡିଏ ପିଡି ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି।

Comments are closed.