www.samajalive.in
Monday, December 15, 2025
26.1 C
Bhubaneswar

ବିଚାରପତିଙ୍କ ଫୁଲ ଓ ଜିମ୍ ଖର୍ଚ୍ଚ ଦେଉଥିଲା ପୁଲିସ, ଜଣାପଡିବା ପରେ ବଦଳି

ଡେସ୍କ: ଏକ ଘଟଣାକ୍ରମରେ ଦିଲ୍ଲୀ ହାଇକୋର୍ଟ ପ୍ରଥମ ଶ୍ରେଣୀ ଅଦାଲତର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ତିସହଜାରୀ କୋର୍ଟର ପ୍ରିନ୍ସିପାଲ୍ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ ଜଜଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ନିଜାମୁଦ୍ଦିନ ଥାନା ଅଧିକାରୀଙ୍କ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀର ନ୍ୟାୟିକ ବ୍ୟବସ୍ଥାରେ ଦୁର୍ନୀତି ଚେର ଭଳି ଲମ୍ବି ଚାଲିଛି। ତତ୍କାଳୀନ ହାଇକୋର୍ଟ ବିଚାରପତି ଯଶୋବନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ଆଦାୟ ମାମଲା ହେଉ କିମ୍ଵା ଜାମିନ୍ ପାଇବା ନାଁରେ ଲାଞ୍ଚ ନେବା ମାମଲା ହେଉ, ଦୁର୍ନୀତି ଯେ କେଉଁ ସ୍ଥରରେ ହେଉଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଚି। ଇତି ମଧ୍ୟରେ ଆଉ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବିଚାରପତି ତାଙ୍କ ବ୍ୟକ୍ତିଗତ କାମ କରିବା ପାଇଁ ପୋଲିସ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି।

- Advertisement -

ଦୁର୍ନୀତି ସଂକ୍ରାନ୍ତ ଅଭିଯୋଗ ଉପରେ ହାଇକୋର୍ଟ ସାକେତ କୋର୍ଟର ପ୍ରଥମ ଶ୍ରେଣୀ ଅଦାଲତର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ତିସ୍ ହଜାରୀ କୋର୍ଟର ପ୍ରଧାନ ଜିଲ୍ଲା ଓ ସେସନ୍ ଜଜ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଅଭିଯୋଗ ଅନୁଯାୟୀ, ଜଣେ ପୁଲିସ କର୍ମଚାରୀ ଜଣେ ବିଚାରପତିଙ୍କ ଜିମ୍ ଏବଂ ମାସିକ ଫୁଲ ପାଇଁ ହେଉଥିବା ଖର୍ଚ୍ଚ ବହନ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଯେ ବିଚାରପତି ଥାନାର ଏସଏଚ୍ଓଙ୍କ ସହ ଅସଦାଚରଣ କରିଥିଲେ ଏବଂ ପୋଲିସ ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଅଭିଯୋଗ କରିଥିଲା। ଏହା ଉପରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ବିଚାରପତିଙ୍କୁ ସାକେତ କୋର୍ଟର ପ୍ରିନ୍ସିପାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ ଜଜଙ୍କ କାର୍ଯ୍ୟାଳୟକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories