www.samajalive.in
Monday, December 15, 2025
26.1 C
Bhubaneswar

ଭଡ଼ା ଘରେ ଚାଲିଥିଲା ନକଲି ବିଦେଶୀ ମଦ କାରଖାନା, ୩୦ ଲକ୍ଷ ଟଙ୍କାର ନକଲି ମଦ ଜବତ

ଆଠଗଡ: ଅବକାରୀ କମିଶନର ଏବଂ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଆଠଗଡରେ ବେଆଇନ ଭାବେ ଚାଲିଥିବା ଏକ ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ନିକଟରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ୨ଟି ସନ୍ଦିଗ୍ଧ ମାଲବୁହା ଗାଡିକୁ ଅଟକାଇ ଯାଞ୍ଚ କରିବାରେ ସେଥିରୁ ୫୪ ପେଟି ନକଲି ବିଦେଶୀ ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଅଟକ ରଖିଥିଲେ । ସେମାନଙ୍କୁ ଜେରା କରିବା ପରେ ଆଠଗଡ ଥାନା ଅନ୍ତର୍ଗତ ମୈତ୍ରୀନଗରର ଏକ ଘରେ ଏହି ନକଲି ମଦ ପ୍ରସ୍ତୁତ ହେଉଥିବା ସୂଚନା ପାଇ ଗୁରୁବାର ଚଢାଉ କରାଯାଇଥିଲା।

ଆଠଗଡ ସହରର ବୀରକିଶୋରପୁର ନିକଟ ମୈତ୍ରୀନଗରରେ ଥିବା ଉକ୍ତ ଘରେ ଅବକାରୀ ମିଳିତ ସ୍କ୍ୱାଡ୍‌ ଅପରାହ୍ନ ୩ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚଢାଉ କରିଥିଲା। ଅବକାରୀ ସ୍କ୍ୱାଡ୍‌ ଦ୍ବାରା ଅଟକ ଦୁଇଜଣଙ୍କୁ ସାଥିରେ ଆଣି ଉକ୍ତ ଘରର ତାଲା ଖୋଲି ଯାଞ୍ଚ କରାଯାଇଥିଲା। ସେହି ଘରୁ ଗଚ୍ଛିତ ଥିବା ଆହୁରି ୩୦୦ ପେଟି ନାମୀଦାମୀ କମ୍ପାନୀର ନକଲି ବିଦେଶୀ ମଦ, ମଦ ତିଆରି ପାଇଁ ପ୍ୟାକେଜିଂ ମେସିନ ଓ ବହୁ ପରିମାଣର ସରଞ୍ଜାମ ଜବତ କରାଯାଇଥିଲା। ଏଠାରୁ ଜବତ ମଦର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ଜଣେ ବ୍ୟକ୍ତିଙ୍କର ଉକ୍ତ ଘରେ ଦୀର୍ଘ ଦିନ ହେବ ନକଲି ବିଦେଶୀ ମଦ କାରଖାନା ଚାଲିଥିବାବେଳେ ଜିଲ୍ଲା ଅବକାରୀ ଗୁଇନ୍ଦା ଓ ସ୍ଥାନୀୟ ଅବକାରୀ ଅଧିକାରୀ କିପରି ଜାଣି ପାରିଲେନି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଠଗଡ ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନଗୁଡିକରେ ଏହି ନକଲି ବିଦେଶୀ ମଦ ବିକ୍ରି ହେଉଛି କି ନାହିଁ ତାହା ଯାଞ୍ଚ ଚାଲିଛି।

- Advertisement -

ଚଢାଉରେ ଆଠଗଡ ଅବକାରୀ ଉପ ଅଧୀକ୍ଷକ ସିଏଚ୍ ତିରୁପତି, କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ୨ନଂ ୟୁନିଟର ନିରୀକ୍ଷକ ଧିରେନ କୁମାର ବେହେରା, ଅବନୀ କୁମାର ମହାପାତ୍ର, ଉପନିରୀକ୍ଷକ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ବିକାଶ ପ୍ରଧାନ,  ଆଠଗଡ ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories