ଶିକ୍ଷା କ୍ଷେତ୍ରରେ କଳାକୁ ପ୍ରୋତ୍ସାହିତ କରିବାର ମାଧ୍ୟମ ହେଉଛି ରାଷ୍ଟ୍ରୀୟ କଳା ଉତ୍ସବ

ଡେସ୍କ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ କଳା ଉତ୍ସବ ଉଦଘାଟନ କରିଛନ୍ତି। ଜାତୀୟ ବାଲ ଭବନରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି କଳା ଉତ୍ସବ ହେଉଛି ଶିକ୍ଷା କରିବା ଓ ଶିକ୍ଷା କ୍ଷେତ୍ରରେ କଳାକୁ ପ୍ରୋତ୍ସାହିତ କରିବା ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ତଥା ପ୍ରଦର୍ଶନକୁ ବୃଦ୍ଧି କରାଇବାର ଏକ ପ୍ରକୃଷ୍ଟ ମାଧ୍ୟମ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର, ଅତିରିକ୍ତ ସଚିବ ଆନନ୍ଦ୍ ରାଓ ପାଟିଲ, ଏନସିଇଆରଟି ନିର୍ଦ୍ଦେଶକ ଦୀନେଶ ସକଲାନି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ତିନି ଦିନିଆ କଳା ମହୋତ୍ସବରେ ଛାତ୍ରଛାତ୍ରୀମାନେ ଶାସ୍ତ୍ରୀୟ ତଥା ପାରମ୍ପରିକ ଲୋକକଗୀତ, ବାଦ୍ୟ ସଂଗୀତ, ଶାସ୍ତ୍ରୀୟ ତଥା ଲୋକ ନୃତ୍ୟ, ଭିଜୁଆଲ୍ ଆର୍ଟ, ସ୍ୱଦେଶୀ ଖେଳନା, କ୍ରୀଡା ଏବଂ ଅଭିନୟ ସହିତ ୧୦ଟି ରୂପରେ ପ୍ରଦର୍ଶନ କରିବେ। ଏଥିରେ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୦୦ ଛାତ୍ର ସେମାନଙ୍କର କଳା ପ୍ରଦର୍ଶନ କରିବେ।

Comments are closed.