www.samajalive.in
Saturday, December 13, 2025
27.1 C
Bhubaneswar

ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦଘାଟିତ

ଡେସ୍କ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଭୁବନେଶ୍ୱରରେ ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି ପ୍ରୟାସ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଉପକୂଳ ଏବଂ ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଉପକୂଳ ପ୍ରଦୂଷଣ ଆଦି ତିନୋଟି ଆନ୍ତଃସଂଯୁକ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ଲାଗି ଭାରତର ୧୩ଟି ଉପକୂଳ ରାଜ୍ୟକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା।

ଅଂଶୀଦାରମାନଙ୍କର ଏକ ସକ୍ରିୟ ନେଟୱର୍କ ସୃଷ୍ଟି କରିବା ମାଧ୍ୟମରେ ଏହି ବିଷୟବସ୍ତୁ ଉପରେ ଆପୋଷ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିସହିତ ଉପକୂଳ ପରିଚାଳନା, ପ୍ରଯୁକ୍ତି ଏବଂ ନବୋନ୍ମେଷ ସହିତ ଘରୋଇ ଏବଂ ଅନ୍ତର୍ଜାତୀୟ ଅର୍ଥଲଗାଣ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ସମ୍ପର୍କରେ ସମ୍ମିଳନୀରେ ବିଚାରବିମର୍ଶ କରାଯାଉଛି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, ଭାରତର ବିସ୍ତିର୍ଣ୍ଣ ଉପକୂଳର ବ୍ୟାପକ ରଣନୈତିକ, ଆର୍ଥିକ ଏବଂ ସାମାଜିକ ଗୁରୁତ୍ୱ ରହିଛି। ୭,୫୦୦ କିଲୋମିଟର ଲମ୍ବ ଏହି ଉପକୂଳ ବିଶ୍ୱରେ ସପ୍ତମ ବୃହତମ। ଏହି କ୍ଷେତ୍ରରେ ଦେଶର ୨୦ ପ୍ରତିଶତ ଜନସଂଖ୍ୟା ରହୁଛନ୍ତି। ଆମର ଉପକୂଳ କ୍ଷେତ୍ରରେ ଏକ ବ୍ୟାପକ ବିବିଧ ପରିବେଶ ପରିତନ୍ତ୍ର ରହିଛି ଏବଂ ଏଠାରେ ୧୭ ହଜାରରୁ ଅଧିକ ପ୍ରାଣୀ ଏବଂ ଉଦ୍ଭିଦ ବସବାସ କରିଥାନ୍ତି। ଜଳବାୟୁ ପରିବର୍ତ୍ତନ ସହିତ, ଆମେ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି।

- Advertisement -

ଭାରତ ନିଜର ସଂଶୋଧିତ ଏନଡିସି ଦାଖଲ କରିବା ଏବଂ ଏହିସବୁ ଲକ୍ଷ୍ୟ ହାସଲ ପାଇଁ ବହୁମୁଖି ସହଭାଗିତା ସୃଷ୍ଟି କରିବାକୁ ଚାହୁଁଥିବା ସମୟରେ ଏହି ସମ୍ମିଳନୀ ଆୟୋଜନ କରାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଯାଦବ କହିଥିଲେ।

ଏହି ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ କହିଥିଲେ ଯେ ଦେଶର ଉପକୂଳ କ୍ଷେତ୍ରରେ ସହନଶୀଳତା ଏବଂ ଦୀର୍ଘସ୍ଥାୟୀତ୍ୱ ବଢ଼଼଼ାଇବା ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏଭଳି ସମ୍ମିଳନୀ ଆୟୋଜନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଲାଇଫ ଅଭିଯାନରେ ମଧ୍ୟ ଏହାର ପରିକଳ୍ପନା କରାଯାଇଛି। ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନାକୁ ବର୍ତମାନ ସମୟର ଆବଶ୍ୟକତା ଭାବେ ବିବେଚନା କରାଯାଇଥାଏ। ଡାଟା ଆଧାରିତ ନୀତି ଏବଂ ପରିଚାଳନା ବ୍ୟବସ୍ଥା, ଅଂଶଗ୍ରହଣକାରୀ ସଂରକ୍ଷଣ ମଡେଲ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରଭାବୀ ଉପକୂଳ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ୟୁଏନଡିପି ସହାୟତାରେ ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଗ୍ରୀନ କ୍ଲାଇମେଟ୍‍ ଫଣ୍ଡ (ଜିସିଏଫ) ସହାୟତାରେ ଉପକୂଳ ପରିଚାଳନା ଏବଂ ଯୋଜନା ପ୍ରସ୍ତୁତିରେ ପରିବେଶ ପରିତନ୍ତ୍ର ଏବଂ ସମୁଦାୟ ଆଧାରିତ ଆଭିମୁଖ୍ୟକୁ ଏକୀକରଣ କରିବା ଲାଗି ଏଥିରେ ପ୍ରୟାସ କରାଯାଉଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories