www.samajalive.in
Saturday, December 6, 2025
14.1 C
Bhubaneswar

ଚାଷୀଙ୍କୁ କଲବଲ କରୁଛନ୍ତି ହାତୀପଲ

ନର୍ଲା : ଠିକ୍ ଅମଳ ସମୟରେ ଜଙ୍ଗଲି ହାତୀପଲଙ୍କ ଚାଷଜମି ମୁଁହା ହେବା ଯୋଗୁଁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବେଶ୍ କିଛି ବର୍ଷ ହେଲା ନର୍ଲା ବ୍ଲକ୍ ଅଧିନ ରୁପ୍ରା, ବୁର୍ଡିପଡା, ତିତକେଲା, ପଲସାପଡା, କର୍ମେ, ଗୁଡିପଟା, କଳାରପଦର, ଭଟାଙ୍ଗ, ବାଗପୁର, ତୁଳାପଡା, ଭାନପୁର, କୁର୍ମେଲ,ବାଲିସିଙ୍ଗା ଆଦି ଅଞ୍ଚଳରେ ଦେଖାଯାଉଛି ହାତୀପଲଙ୍କ ଉପଦ୍ରବ। ।
ସୂଚନା ମୁତାବକ ମଙ୍ଗଳବାର ରାତିରେ ଜାମପଡା ନିକଟସ୍ଥ ଡଙ୍ଗରରୁ ୧୫ ଟିକିଆ ହାତୀପଲ ମଧ୍ୟରୁ ୫ଟି ହାତୀ ଭଟାଙ୍ଗ ଗ୍ରାମର କିଛି ଚାଷୀଙ୍କ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି କରିଥିବା ଚାଷୀମାନେ ବନ ବିଭାଗଠାରେ ଅଭିଯୋଗ କରିଛନ୍ତି। ହାତୀ ସମ୍ପର୍କରେ ଖବର ପାଇବା ପରେ ନର୍ଲା ଫରେଷ୍ଟର୍ ଭବାନୀ ନାଏକଙ୍କ ସହ କର୍ମଚାରୀ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଉକ୍ତ ହାତୀପଲ ରାତିରେ ଲାଖପଦର ଦେଇ ଡେଣ୍ଡ୍ରୋବାହାଲି ନିକଟରେ ଥିବା ପାହାଡରେ ରହିଥିବା ଜଣାପଡ଼ିଛି। ଡେଣ୍ଡ୍ରୋବାହାଲି ଗ୍ରାମର କିଛି ଚାଷୀଙ୍କ ଧାନ, ହରଡ ଓ କପା ଫସଲ ମଧ୍ୟ ହାତୀପଲ ଖାଇବା ସହ ନଷ୍ଟ କରିଥିବା ଚାଷୀ ନିଳାଞ୍ଚଳ ସିଂ ଠାକୁର ସୂଚନା ଦେଇ କହିଛନ୍ତି। ଉକ୍ତ ଅଞ୍ଚଳରେ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ବୁଧବାର ଦିନସାରା ହାତୀପଲର ଗତିବିଧି ନିରୀକ୍ଷଣ କରିଥିଲେ । ସନ୍ଧ୍ୟା ହେବାରୁ ବନ ବିଭାଗ ତରଫରୁ ହାତୀ ଘଉଡାଇବା ଆରମ୍ଭ କରିଥିବା ଖବର ମିଳିଛି। ହାତୀପଲ ଫେରୁଥିବା ଯୋଗୁଁ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ୍ ଥିବା ନର୍ଲା ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ କମଲେସ୍ ପଧାନ ସୂଚନା ଦେଇଛନ୍ତି। ବୁଧବାର ରାତି ତମାମ୍ ଭୀମକେଲା ବିଦ୍ୟୁତ ଫିଡର୍ ରୁ ସରବରାହ ବନ୍ଦ କରାଯାଇଥିବା କାରଣରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories