www.samajalive.in
Saturday, December 6, 2025
26.1 C
Bhubaneswar

କଲମପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ

କଲମପୁର: କଲମପୁର ଧାନ ମଣ୍ଡିଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ ହୋଇଯାଇଛି। ପଣ୍ଡିଗାଁ ପଂଚାୟତଠାରୁ କଲମପୁର ଧାନ ମଣ୍ଡି ଦୀର୍ଘ ୬ କିଲୋମିଟର ଧରି ଏହି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଇଥିଲା। ଏଥିରେ ୫ଶହରୁ ଅଧିକ କର୍ମୀ ସାମିଲ ହେଇ ନିଜ ପ୍ରିୟ ନେତାଙ୍କ ସହ ପଦଯାତ୍ରା କରିଥିଲେ। ଗୁମାବାହାଲ ଛକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛକ, କଲମପୁର ନିର୍ମାଲ୍ୟକ୍ଷେତ୍ର ନିକଟରେ ବିଜେଡି ଅନୁସୂଚିତ ବର୍ଗ ସେଲ ସଭାପତି ଚେରୁ ନାଏକ, ସଂଖ୍ୟାଲଘୁ ସେଲ ସଭାପତି ଅମୀର ଅଲ୍ଲୀଙ୍କ ନେତୃତ୍ୱରେ ଏହି ଜନ ସମ୍ପର୍କ ପଦଯାତ୍ରାକୁ ଅଂଚଳବାସୀ ସ୍ୱାଗତ କରାଯାଇଥିଲା। ଜିଲ୍ଲା ସମ୍ପାଦକ ନବୀନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କର୍ମୀ ଏବଂ ସାଧାରଣ ଜନତାଙ୍କୁ ନବୀନ ପଟ୍ଟନାୟକ ନେତୃତ୍ୱାଧିନ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ବୁଝାଇଥିଲେ। ନିକଟରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବିନା ସୁଧରେ ସ୍କୁଟର ଯୋଜନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ମହିଳା ସଶକ୍ତିକରଣ ଆହୁରି ମଜଭୁତ ହେଇ ପାରିବ। ପୁଣି ଗୁରୁବାର ଆରମ୍ଭ ହେଇଛି ଲକ୍ଷ୍ମୀ ଯୋଜନା। ଏହି ଯୋଜନାରେ ପଞ୍ଚାୟତ ସମବୁକୁ ବ୍ଲକ ସହ ଏବଂ ବ୍ଲକ ସଦର ମହାକୁମାଠାରୁ ଜିଲା ସଦର ମହାକୂମାକୁ ସଞ୍ଜୋଗ ପାଇଁ ବସ୍‌‌ ସେବା ଯୋଗାଇ ଦିଆଯାଉଛି। ଲୋକେ ବ୍ଲକ ସ୍ତରରେ ନିଜ ସରକାରୀ କାର୍ଯ୍ୟ ସମେତ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଏହି ବସ୍‌‌ ସେବା ଦ୍ୱାରା ଉପକୃତ ହେବେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, କୋଟାଗାଁ ସରପଞ୍ଚ ଚନ୍ଦନ କୁମାର ପଣ୍ଡା, ଶୁକଦେବ ଭଞ୍ଜ, ସୁବୋଧ ଖମାରୀ, ଚନ୍ଦ୍ରମଣି ନିଆଲ, ମହିଳା ସେଲ ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ବିଧାୟକଙ୍କ ପ୍ରତିନିଧି ସଦା ଚନ୍ଦନ, ଧର୍ମଗଡ଼ ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories