www.samajalive.in
Saturday, December 6, 2025
16.1 C
Bhubaneswar

ବିପଦରେ ତୁଳାପଡା, ରୁପ୍ରାରୋଡ ଓ ନିଶାନ୍‍ପୁର: ସିଡିଏମ୍‍ଓଙ୍କୁ ଜଣାଇଲେ ସମାଜସେବୀ

ନର୍ଲା: କରୋନା ଯୋଗୁ ନର୍ଲାରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି। ନର୍ଲା ବ୍ଲକର ତୁଳାପଡା, ରୁପ୍ରାରୋଡ ଓ ନିଶାନ୍‍ପୁର ପଞ୍ଚାୟତ ବିପଦ ସଂକୁଳ ଅବସ୍ଥାରେ ରହିଛି। ଏହି ତିନୋଟି ପଞ୍ଚାୟତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜନତା ବର୍ତମାନ ବଡ଼ ଦ୍ୱନ୍ଦରେ ରହିଛନ୍ତି। ଏହାର କାରଣ ହେଲା ଯେ କିଛି ବ୍ୟକ୍ତିଙ୍କର ଘରେ ମୃତ୍ୟୁ ହୋଇଛି। ଯାହାକୁ ସରକାରୀ ରିପୋର୍ଟରେ କରୋନା ସଂକ୍ରମିତ ବୋଲି ଦର୍ଶାଯାଇନାହିଁ। କାରଣ ସଂପୃକ୍ତ ବ୍ୟକ୍ତିମାନେ କରୋନା ପରୀକ୍ଷା କରାଇ ନ ଥିଲେ। କିଏ କହିବ, ଏହା କ’ଣ ପ୍ରକୃତରେ ସ୍ୱାଭାବିକ ମୃତ୍ୟୁ। ଏହାକୁ ନେଇ ଲୋକଙ୍କ ଭିତରେ ଛନକା ପଶିଗଲାଣି। ସାଧାରଣ ମୃତ୍ୟୁ ଭାବି ସଂପୃକ୍ତ ପରିବାରର ନିକଟବର୍ତ୍ତି ହେବା କେତେ ସୁରକ୍ଷିତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସାଧାରଣ ମୃତ୍ୟୁରେ ସଂପୃକ୍ତ ପରିବାରକୁ ନଗଲେ ଏକ ପ୍ରକାର ମନୋମାଳିନ୍ୟ ସୃଷ୍ଟି ହେଉଛି। ଯିଏ କରୋନାରେ ପ୍ରାଣ ହରାଉଛନ୍ତି ତାଙ୍କ ମୃତଦେହ ଗାଁକୁ ଫେରୁନାହିଁ, ତେଣୁ ସେନେଇ ଲୋକେ ସତର୍କ ରହିପାରୁଛନ୍ତି। ଗତ ଦୁଇଦିନ ଭିତରେ ତୁଳାପଡାରେ ଦୈନିକ ମୁଣ୍ଡ ଗଡୁଛି।

ସୂଚନାନୁସାରେ, ତୁଳପଡାର ବନମାଳୀ ପଧାନ, ମଦନ ମୋହନ ପଧାନ, ଜଗଦାନନ୍ଦ ପଧାନ ଓ ହେମନ୍ତ ସେଠୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଥିବା ବେଳେ ମାଧବୀ ନାୟକ, ଯମୁନା ଭୋଇ, ଭୂମିସୂତା ମାଝୀ, ସୁରେଖା ପଧାନଙ୍କର କରୋନାଜନିତ ମୃତ୍ୟୁ କି ନୁହେଁ ତାହା ଅସ୍ପଷ୍ଟ। ତେବେ ସଂକ୍ରମଣ ସମୟରେ ଏଭଳି ମୃତ୍ୟୁ ସଂକ୍ରମିତଜନିତ ନୁହେଁ ବୋଲି କୁହାଯାଇପାରିବ ନାହିଁ। ସେହିପରି ରୁପ୍ରାରୋଡର କୂଳଦ୍ୱୀପ ଶର୍ମାଙ୍କର କରୋନାରେ ଦେହାନ୍ତ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ। ସେହିପରି ନିଶାନପୁରରେ ଜଣକର କୋଭିଡରେ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ଜଣକର ବୁର୍ଲାରେ ମୃତ୍ୟୁ ହୋଇଛି, ଯାହା କରୋନାଜନିତ ନୁହେଁ ବୋଲି କୁହାଯାଉଛି। କେଉଁ କାରଣରୁ ଲୋକଙ୍କର ମୃତ୍ୟୁ ହେଉଛି ତାହାର ଡାକ୍ତରୀ ଅନୁସନ୍ଧାନ ହେବା ଉଚିତ୍‍। ତେବେ ଏ ସଂକ୍ରାନ୍ତରେ ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ କଳାହାଣ୍ଡି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଫୋନରେ ଏହାର ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି। ତୁଳାପଡାରେ ତୁରନ୍ତ ସଂକ୍ରମଣ ପ୍ରତିରୋଧ ନକଲେ ସଂଖ୍ୟାଧିକ ଲୋକଙ୍କ ଜୀବନ ହାନି ହେବ ବୋଲି ସେ ଦାବୀ କରିଛନ୍ତି। ଚିକିତ୍ସା ଅଧିକାରୀ ଅଭିଯୋଗ ପାଇ ଏହାର ତଦନ୍ତ କରିବେ ବୋଲି ଜଣାଇଥିବା ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories