www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ୫୭୭ ଶିକ୍ଷକ କରୋନାରେ ମୃତ

ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଗୁରୁବାର ଅନୁଷ୍ଠିତ ହେଉଛି। କରୋନା ସମୟରେ ହୋଇଥିବା ଏହି ନିର୍ବାଚନ ବେଳେ ବର୍ତ୍ତମାନ ସୁଦ୍ଧା ୫୭୭ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ଶିକ୍ଷକ ସଂଘ ପକ୍ଷରୁ ଏହି ଦାବି କରାଯାଇଛି। ମୃତ ଶିକ୍ଷକମା​‌ନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପୂର୍ବରୁ ଏକ ଖବରକାଗଜରେ ପଞ୍ଚାୟତ ନିର୍ବାଚନ ସମୟରେ ୧୩୫ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ପ୍ରକାଶ ପାଇଥିଲା, ଯାହା ବିଷୟରେ ହାଇକୋର୍ଟ ତଥ୍ୟ ମାଗିଥିଲେ।

ରାଜ୍ୟ ଶିକ୍ଷକ ସଂଗଠନ ପକ୍ଷରୁ ନିର୍ବାଚନ କାର୍ଯ୍ୟ ପରେ କରୋନରେ ପ୍ରାଣ ହରାଇଥିବା ୫୭୭ ଶିକ୍ଷକଙ୍କ ତାଲିକା ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି। ଏହା ସହିତ ମେ ୨ରେ ହେବାକୁ ଥିବା ଭୋଟ ଗଣତି ପ୍ରକ୍ରିୟାକୁ ଘୁଞ୍ଚାଇବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

- Advertisement -

ଉତ୍ତରପ୍ରଦେଶ ଶିକ୍ଷକ ମହାସଂଘ ଅଧ୍ୟକ୍ଷ ଦିନେଶ ଚନ୍ଦ୍ର ଶର୍ମା କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ନାମରେ ରାଜ୍ୟ ନିର୍ବାଚନ ଆୟୋଗ ୭୧ ଜିଲାରେ ୫୭୭ ଶିକ୍ଷକଙ୍କୁ ସଂକ୍ରମିତ କରିଛନ୍ତି। ଯଦି ଭୋଟଗଣତିକୁ ଘୁଞ୍ଚାଯିବ ନାହିଁ, ତେବେ ଆମେ ଏହାକୁ ବର୍ଜନ କରିବାକୁ ବାଧ୍ୟ ହେବୁ। ନିର୍ବାଚନ କାର୍ଯ୍ୟ ଯୋଗୁ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ ହେବାକୁ ପଡ଼ିଲା। କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଗମ୍ଭୀରତାର ସହ ନେଉନାହାନ୍ତି। ଯଦି ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ ଚେତାବନୀ ଦେଇଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories