www.samajalive.in
Saturday, December 6, 2025
16.1 C
Bhubaneswar

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ନୂଆଦିଲ୍ଲୀ: ପୁଡୁଚେରୀରେ କ୍ଷମତା ହରାଇଲା କଂଗ୍ରେସ। ଆଜି ବିଧାନସଭାରେ ଅନୁଷ୍ଠିତ ଫ୍ଲୋର୍‍ ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଲେ ନାହିଁ। ଫଳରେ ପୁଡୁଚେରୀରେ କଂଗ୍ରେସ ସରକାରର ପତନ ଘଟିଛି। ସଂଖ୍ୟା ଗରିଷ୍ଠତା ହରାଇବା ପରେ ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଭି. ନାରାୟଣସାମୀ। ସେମାବାର ସନ୍ଧ୍ୟା ୫ଟା ସୁଦ୍ଧା ତାଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ଟି. ସୌନ୍ଦରରାଜନ। ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିବା କଥା ବାଚସ୍ପତି ଭିପି ସିବକୋଲୁନ୍ଧୁ ଘୋଷଣା କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି। ଏବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନା ବିରୋଧୀ ଦଳ ସରକାର ଗଠନ ପାଇଁ ଦାବୀ ରଖୁଛି ତାହା ଦେଖିବା ବାକି ରହିଲା।

ସୂଚନାଯୋଗ୍ୟ, କିଛି ବିଧାୟକଙ୍କ ଇସ୍ତଫା ପରେ ପୁଡୁଚେରୀରେ କଂଗ୍ରେସ ନେତୃତ୍ୱାଧୀନ ସରକାର ସଙ୍କଟରେ ପଡ଼ିଥିଲା। ଗତକାଲି ଆଉ ଦୁଇ ଜଣ ସଦସ୍ୟ ଇସ୍ତଫା ଦେବା ପରେ ମେଣ୍ଟ ସରକାରରେ ବିଧାୟକଙ୍କ ସଂଖ୍ୟା ୧୧କୁ ଖସିଥିଲା। ୩୩ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏବେ ବିରୋଧୀଙ୍କ ପାଖରେ ୧୪ ବିଧାୟକଙ୍କ ସମର୍ଥନ ରହିଛି। ଆଜି ବିଧାନସଭାରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ କହିଥିଲେ, ବିଧାୟକମାନେ ଦଳ ପ୍ରତି ଅନୁଗତ ରହିବା ଆବଶ୍ୟକ। ଇସ୍ତଫା ଦେଇଥିବା ବିଧାୟକଙ୍କୁ ସୁବିଧାବାଦୀ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories