ନାରାୟଣ ମୂର୍ତ୍ତି ନିଜ ନାତିକୁ ଉପହାର ଦେଲେ ୨୪୦ କୋଟିରୁ ଅଧିକ ଟଙ୍କାର ଅଂଶଧନ

ନୂଆଦିଲ୍ଲୀ : ଦେଶର ଜଣାଶୁଣା ବ୍ୟବସାୟୀ ଏନ୍ ଆର୍ ନାରାୟଣ ମୂର୍ତ୍ତି ନିଜ ନାତିକୁ କମ୍ ବୟସରେ କୋଟିପତି କରିଦେଇଛନ୍ତି । ନିଜ ୪ ମାସର ନାତି ଏକାଗ୍ର ରୋହନ ମୂର୍ତ୍ତିଙ୍କୁ ନାରାୟଣ ମୂର୍ତ୍ତି ପ୍ରାୟ ୨୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କମ୍ପାନୀର ସେୟାର ଉପହାର କରିଛନ୍ତି ।

ରେଗୁଲେଟରୀ ଫାଇଲିଂରେ ମିଳିଥିବା ସୂଚନା ଅନୁସାରେ ନାରାୟଣ ମୂର୍ତ୍ତି ନିଜ ୪ ମାସର ନାତି ଏକାଗ୍ର ମୂର୍ତ୍ତିଙ୍କୁ ଇନଫୋସିସରେ ୧୫ ଲକ୍ଷ ସେୟାର ଉପହାର କରିଛନ୍ତି । ଏହା ସହିତ ଏକାଗ୍ରାଙ୍କ ପାଖରେ କମ୍ପାନୀର ୦.୦୪ ପ୍ରତିଶତ ଭାଗିଦାରୀ ମିଳିଛି । ଇନଫୋସିସର ୭୭ ବର୍ଷୀୟ ସଂସ୍ଥାପକ ଅଫ୍-ମାର୍କେଟ୍ ନେଣଦେଣରେ ନିଜ ନାତିକୁ ଅଂଶଧନ ଉପହାର କରିଛନ୍ତି । ଏହା ପରେ ଇନଫୋସିସରେ ନାରାୟଣ ମୂର୍ତ୍ତିଙ୍କ ଭାଗିଦାରୀ ୦.୩୬ ପ୍ରତିଶତ ବା ୧.୫୧ କୋଟିରୁ ଅଧିକ ସେୟାର ପର୍ଯ୍ୟନ୍ତ ଖସିଯାଇଛି ।

 

Comments are closed.