ବଣାଇ ଡିଭିଜନରେ ମହାବଳ ବାଘ

ବଣାଇ : ବଣାଇ ବନାଖଣ୍ଡ ଅଂଚଳ ରେ ଦେଖିବାକୁ ମିଳିଛି ମହା ବଳ ବାଘ, ବାରସୁଆ ରେଞ୍ଜର ତୋଡ଼ା ରିଜର୍ଭ ଫରେଷ୍ଟ ଅଂଚଳରେ ଏକ ମହାବଳ ବାଘ ଜଙ୍ଗଲ ରେ ଲଗା ଯାଇ ଥିବା କେମେରାରେ ୨୬/୦୨/୨୦୨୩  ତାରିଖ ଦିନ ଟ୍ରାକ ହେବା ପରେ ଏହା ଏକ ମହାବଳ ବାଘ ବୋଲି ଜଣା ପଡିଛି। ଏହି ବାଘଟି ମଧ୍ୟପ୍ରଦେଶର ଟାଇଗର ଜୋନରୁ ଆସି ଥିବା ଅନୁମାନ କରାଯାଉଛି।

prayash

ଆଜି ଏକ ସାମ୍ବାଦିକ ସମିଳନୀରେ ବଣାଇ ଡିଏଫଓ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତି। ଆସନ୍ତା କାଲି ଠାରୁ ଵାଘ ଟ୍ରାକ ହୋଇଥିବା ଅଞ୍ଚଳରେ ଲୋକଙ୍କୁ ଜଙ୍ଗଲକୁ ନଯିବା ପାଇଁ ସଚେତନ କରାଯିବା ସହିତ ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ଆହୁରି ୪୦ ଗୋଟି କେମେରା ଲଗା ଯିବାର ବ୍ୟବସ୍ଥା କରା ଯାଉଛି ବୋଲି ସୂଚନା ଦେଇଛନ୍ତି।

Comments are closed.