ଭୁବନେଶ୍ୱର: ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କଟକ ଜିଲା ଅନ୍ତର୍ଗତ ନରସିଂହପୁରରେ ସର୍ବାଧିକ ୩୫ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ମାଲକାନଗିରିରେ ୩୪.୨, ନବରଙ୍ଗପୁର ଜିଲା ରାଇଘରରେ ୩୦, ଉମରକୋଟ ୨୯ ଓ କଳାହାଣ୍ଡିର ନର୍ଲାରେ ୨୭ ମିଲିମିଟର ବର୍ଷା ହୋଇଛି। ସେହିଭଳି କେନ୍ଦୁଝର ଜିଲା ଦୈତାରୀରେ ୨୬.୮, ଭଦ୍ରକ ଧାମନଗରରେ ୨୫, ସମ୍ବଲପୁର ୨୫, କଟକ ସହର ୧୯.୨, ଆଠଗଡ ୨୨, ଦାରିଙ୍ଗବାଡି ୨୦ ଓ ତାଳଚେରରେ ୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସଂପ୍ରତି ଯାଜପୁର ଓ କେନ୍ଦ୍ରାପଡା ଜିଲାର କିଛି ଅଂଶରେ ବର୍ଷା ଲାଗି ରହିଥିବା ଜଣାଯାଇଛି।
Popular Categories



