www.samajalive.in
Saturday, December 13, 2025
26.1 C
Bhubaneswar

ନନ୍ଦନକାନନ ରୋପୱେ ପ୍ରସ୍ତୁତ, ଶୁକ୍ରବାର ଉଦ୍‌‌ଘାଟନ

ଡେସ୍କ: ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେ ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନ ସମୟରେ ଉଦ୍‌‌ଘାଟନ ହେବ। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌‌ଘାଟନ କରିବେ। ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କଲିକତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପୱେଜ ଇନଫ୍ରା ଲିମିଟେଡ୍‌‌ ସହିତ ୨୦୨୧ରେ ଚୁକ୍ତିନାମା କରାଯାଇଥିଲା। ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି।ନଭେମ୍ବର ୧୮ ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଏହି ସୁବିଧା ମିଳିବ।

ସୂଚନା ଅନୁଯାୟୀ, ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାର୍ଶ୍ୱରୁ ଏହି ସୁବିଧା ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ। କ୍ୟାମେରା ନିମନ୍ତେ, ଟିକଟର ମୂଲ୍ୟ ସହିତ କ୍ୟାମେରାର ଶୁଳ୍କ ଦେବାକୁ ପଡ଼ିବ।

- Advertisement -

ଉଭୟ ସୁବିଧା ପାଇଁ, ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‌‌ ମିଳିବ। ଯେଉଁ ପର୍ଯ୍ୟଟକ ନନ୍ଦନକାନନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ଯାଇ ଭ୍ରମଣ କରିବେ, ସେମାନେ ସ୍ୱତନ୍ତ୍ର ଟିକେଟ କାଉଣ୍ଟରରୁ ଟିକେଟ କ୍ରୟ କରିବେ। ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories