ମୁମ୍ବଇ : ୨୦୦୭ରେ ବିପୁଲ ଶାହ ନିର୍ଦେଶିତ ‘ନମସ୍ତେ ଲଣ୍ଡନ’ ମୁକ୍ତିଲାଭ କରିଥିଲା। ଅକ୍ଷୟ କୁମାର ଓ କ୍ୟାଟ୍ରିନା କେଫ୍ ଅଭିନୀତ ଏହି ଚଳଚ୍ଚିତ୍ର ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏହା ପରେ କିନ୍ତୁ ନିର୍ଦେଶକ ଏହାର ଦ୍ବିତୀୟ ଭାଗ ନିର୍ମାଣ ନିମନ୍ତେ ସେଭଳି ଆଗ୍ରହ ପ୍ରକାଶ କରିନଥିଲେ। ୧୧ ବର୍ଷ ପରେ ଚଳିତ ବର୍ଷ ଦଶହରାରେ ‘ନମସ୍ତେ ଲଣ୍ଡନ’ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଥମେ ଏଥି ନିମନ୍ତେ ଖିଲାଡି କୁମାର ଅକ୍ଷୟଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ସେ କିନ୍ତୁ ସମୟ ଅଭାବ କାରଣରୁ ରାଜି ହୋଇନଥିଲେ। ପରେ ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କୁ ଏଥି ନିମନ୍ତେ ଚୁକ୍ତିବଦ୍ଧ କରାଯାଇଥିଲା। ଏହି ଚଳଚ୍ଚିତ୍ର ମୁକ୍ତିଲାଭର ୩ ସପ୍ତାହ ପରେ ହିଁ ଏହାର ତୃତୀୟ ଭାଗ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯିବ ବୋଲି ଶୁଣାଯାଉଛି। ୟୁନିଟ୍ ସଦସ୍ୟଙ୍କ କହିବାନୁସାରେ, ଚଳଚ୍ଚିତ୍ରର ନାମ ଏଥରକ ‘ନମସ୍ତେ ଚାଇନା’ ରଖାଯିବ। ବେଜିଂରେ ସମସ୍ତ ସୁଟିଂ ହେବାର ଯୋଜନା ରଖାଯାଇଥିବାବେଳେ ମୁଖ୍ୟ ଭୂମିକାରେ ପୁନଃ ଅକ୍ଷୟଙ୍କୁ ପ୍ରସ୍ତାବ ଦିଆଯିବ। ସେ ରାଜି ନ ହେଲେ ଅର୍ଜୁନ ହିଁ ଏଥିରେ ଅଭିନୟ କରିବେ ବୋଲି ନିର୍ଦେଶକ ମନସ୍ଥ କରିଛନ୍ତି। ୨୦୨୦ ସୁଦ୍ଧା ଚଳଚ୍ଚିତ୍ରଟି ମୁକ୍ତିଲାଭ ହେବାର ଯୋଜନା ରହିଛି।
Popular Categories



