www.samajalive.in
Saturday, December 6, 2025
19.1 C
Bhubaneswar

ମୁଖ କର୍କଟର କାରଣ ବାୟୁ ପ୍ରଦୂଷଣ

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ ଭାଷଣ ବା ଆଲୋଚନାରୁ କିଛି ଲାଭ ମିଳିନଥାଏ, ବରଂ ଏଥି ନିମନ୍ତେ ଯଥା ପଦକ୍ଷେପ ନେବା ହିଁ ମୁଖ୍ୟ ଆବଶ୍ୟକତା। ଆମ ଭାରତର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ଜଣାଯାଉଥିବା ରାଜଧାନୀ ଦିଲ୍ଲୀ ଲୋକେ ବେଳହୁଁ ସଚେତନ ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ବୋଲି ବିଶେଷଜ୍ଞଙ୍କ ମତ। ମହାନଗରୀ ତଥା ରାଜଧାନୀର ବାସିନ୍ଦା ହୋଇ ଗର୍ବ ଅନୁଭବ କରୁଥିବା ଦିଲ୍ଲୀ ଲୋକେ ନିଜ ଆଗାମୀ ପିଢ଼ି ନିମନ୍ତେ ଅନ୍ତତଃ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ। ୨୦୧୮ ଜାନୁଆରୀରେ ହୋଇଥିବା ସର୍ବେକ୍ଷଣ ଅନୁସାରେ, ଭାରତର ଅନ୍ୟ ପ୍ରାନ୍ତ ତୁଳନାରେ ଦିଲ୍ଲୀ ବାସିନ୍ଦାଙ୍କ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଉଛି। ପ୍ରଦୂଷିତ ବାୟୁମଣ୍ଡଳ ସହ ସବୁଜିମାର ଅଭାବ ଏହାର ଅନ୍ୟତମ ମୁଖ୍ୟ କାରଣ। ଫ୍ଲାଟ୍ ଘରର ବାଲକୋନିରେ ଲୋକେ କୁଣ୍ଡରେ ଚାରାରୋପଣ ଯଦିଓ ଏବେ କରୁଛନ୍ତି, କିନ୍ତୁ ଅନ୍ୟ ପ୍ରାନ୍ତରୁ ବଡ଼ବଡ଼ ଗଛମାନ କଟାଯାଇ ଚତୁର୍ଦିଗ ସଫା କରି ଆପାର୍ଟମେଣ୍ଟ ତିଆରି କାମ ଜୋର୍‌ସୋର୍‌ରେ ଚାଲିଛି। ନିକଟରେ ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି ଗତ ୩ ବର୍ଷ ମଧ୍ୟରେ ଦିଲ୍ଲୀରେ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ପ୍ରାୟ ୧୨% ଲୋକ ଗୁଟ୍‌ଖା, ସିଗାରେଟ୍, କଡ଼ା ପାନ ମସଲା ଓ ନିଶାସେବନ ନ କରିବା ସତ୍ତ୍ବେ ମୁଖ ଗହ୍ବର କର୍କଟରେ ଆକ୍ରାନ୍ତ ହୋଇଥିଲେ। ପରିବେଶ ପ୍ରଦୂଷଣ କାରଣରୁ ସେମାନେ ମୁଖ କର୍କଟରେ ଆକ୍ରାନ୍ତ ହୋଇଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ଦିଲ୍ଲୀରେ ଗାଡ଼ି ମଟର ସଂଖ୍ୟା ନିୟନ୍ତ୍ରଣ ଓ ସବୁଜିମା ପ୍ରତି ଧ୍ୟାନ ନ ଦେଲେ ରୋଗୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ଦଳଙ୍କ ମତ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories