www.samajalive.in
Tuesday, December 9, 2025
15.1 C
Bhubaneswar

ଆଠ ‘ଫନି’ ପ୍ରଭାବିତ ବ୍ଲକ ଓ ପିପିଲି ଏନ୍‌ଏସିରେ ନାଲ୍‌କୋ-‘ସମାଜ’ ରିଲିଫ

ପୁରୀ/ପିପିଲି : ଜିଲାର ୮ଗୋଟି ‘ଫନି’ କ୍ଷତିଗ୍ରସ୍ତ ବ୍ଲକ ଓ ପିପିଲ ଏନଏସି ରେ ପହଞ୍ଚିଛି ନାଲକୋ-‘ସମାଜ’ ରିଲିଫ । ବିପନ୍ନ ପରିବାରଗୁଡିକୁ ଚୁଡା, ଗୁଡ, ହରଡଡାଲି, ଲୁଣ, ମହମବତି, ଦିଆସିଲି, ପିଇବାପାଣି ଯୋଗାଇ ଦିଆଯାଇଛି। ପିପିଲି ବ୍ଲକ ଓ ଏନ୍‌ଏସିର ୧୪ଟି ଗ୍ରାମର ୭୮୫ ପରିବାରକୁ ଶନିବାର ରିଲିଫ୍‌ ବଣ୍ଟନ କରାଯାଇଥିଲା । ପିପିଲି ଏନ୍‍ଏସିର ଖଣ୍ଡିଆଗିରି, ଶିରିଆପୁର ଦଳିତସାହି, ବେଣ୍ଟପୋଖରି ସାହି, ରାସ୍ତାଉପର ସାହି, ପଦାସାହି, ମଢିଆଳି ହରିଜନସାହି, ସେଠୀସାହି, ନୂଆହାଟ ମଢିଆଳି, ଜୟପୁରଶାସନ ହରିଜନସାହି, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କରିମୂଳ, ଛେଦ୍ରାମାଳ, ତେଇସିପୁର ପଞ୍ଚାୟତର ତେଇସିପୁର ହରିଜନସାହି, ପୋଡଙ୍ଗ, ପୋଡଙ୍ଗ ଗୁରୁସାହି ଆଦି ଗ୍ରାମରେ ରିଲିଫ୍‍ ବଣ୍ଟନ କରାଯାଇଥିଲା। ବିଭିନ୍ନ ଆଶ୍ରୟ ସ୍ଥଳ ଓ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବିପନ୍ନଙ୍କୁ ମଧ୍ୟ ରିଲିଫ୍‍ ବଣ୍ଟନ କରାଯାଇଛି ା ଶିଶୁଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏଥିରେ ତେଇସିପୁର ପଞ୍ଚାୟତର ସମିତିସଭ୍ୟ ଧରଣୀଧର ସାହୁ, ସରପଞ୍ଚ ନରେନ୍ଦ୍ର ଦାସ, ପିପିଲି ମହୋତ୍ସବ କମିଟିର ଶ୍ରୀଧର ନାୟକ, ନୃସିଂହ ଚରଣ ସାହୁ, କାଳନ୍ଦି ଗୁରୁ, ସନ୍ତୋଷ ବରାଳ, ଗଙ୍ଗାଧର ନାୟକ, କବିର ସେଠୀ, ଗୋପାଳ ସାହୁ, ଭାସ୍କର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।
ସେହିପରି ଶୁକ୍ରବାର ସହଜପୁର, ତେଇଶିପୁର, ପ୍ରଧାନସାହି, ପାରିପୋଟଳ ଗ୍ରାମରେ ମଧ୍ୟ ରିଲିଫ୍‌ ବଣ୍ଟନ କରାଯାଇଥିଲା। ଗୋପ ବ୍ଲକର ଗଇଣ୍ଡଳ, ଓରତୁଳି, ସୁବର୍ଣ୍ଣନଗର, ଆଳିଶ, ଓଗରପଡା, ଚଢେଇଗଁା, ମଦରଙ୍ଗ, ସତ୍ୟବାଦୀ ବ୍ଲକର ବୀରରାମଚନ୍ଦ୍ରପୁର, ଡୁବୁଡୁବା, ମୂଳଅଳସା, ପରାହାଟ, ନୂଆସାହି, ଆଦିବାସୀସାହି, ହାତୀଗଡା, କଣାସ ବ୍ଲକର ନୂଆସାହି, ଦୟାବିହାର, ପାଣ୍ଡିଆକେରା ଏବଂ କୃଷ୍ଣପ୍ରସାଦ ବ୍ଲକର ଶିପକୁଦା ଗ୍ରାମରେ ରିଲିଫ ବଣ୍ଟାଯାଇଛି।
ସେହିପରି ବ୍ରହ୍ମଗିରି ବ୍ଲକର ବାସୁଦେଇପୁର ଭୋଇସାହି, ଡେଲାଙ୍ଗର ମୁନିଦା, ସଦରବ୍ଲକର ବାଟଗଁା, କାଶୀହରିପୁର, ବାଲିପଡା, ବାଙ୍ଗରୁବା, ବାଙ୍କମୁଣ୍ଡିସାହି, ବିରିପଡିଆ, ଦକ୍ଷିଣସାହି, ମାଳତୀପାଟପୁର, ସାନୁଆ, ଜମାରସୁଅଁା, ଗଡରୋଡଙ୍ଗରେ ବିପନ୍ନ ପରିବାରକୁ ରିଲିଫ ଦିଆଯାଇଛି। ପୁରୀ ପୌରାଞ୍ଚଳର ମାର୍କଣ୍ଡେଶ୍ବରସାହି, ସୁବାସବୋଷ ବସ୍ତି, ଗାଡିଖାନା ବସ୍ତି ଏବଂ ବିଧବାଶ୍ରମ ନିକଟରେ ରିଲିଫ ପ୍ରଦାନ କରାଯାଇଥିବା ଜଣାପଡିଛି। ‘ସମାଜ’ ରିଲିଫ କମିଟି ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ଏବଂ ନାଲକୋ ଉପ ମହାପ୍ରବନ୍ଧକ ଲଲାଟେନ୍ଦୁ ଦାସ ରିଲିଫ ବଣ୍ଟନ କରିଥିଲେ। ‘ସମାଜ’ ବ୍ରହ୍ମଗିରି ସମ୍ବାଦଦାତା ଋତୁରଞ୍ଜନ ମିଶ୍ର, ପିପିଲି ସମ୍ବାଦଦାତା ପ୍ରଦ୍ୟୁମ୍ନ ସୁବୁଦ୍ଧି, ଗୋପ ସମ୍ବାଦଦାତା ତୀର୍ଥବାସୀ ରଥ, ସଂଗଠକ ବଦ୍ରି ମିଶ୍ର, ସମାଜସେବୀ ସ୍ନେହ ନନ୍ଦ, ଜୟନ୍ତୀ ମହାପାତ୍ର, ସାଗରିକା ରଥ, ସୌମ୍ୟରଞ୍ଜନ ପାତ୍ର, ଲାଲା ଅନନ୍ତ କୁମାର ସିଂହ, ପ୍ରିୟଙ୍କା ପାଣିଗ୍ରାହୀ, ରଶ୍ମିତା ମହାରଣା, ଦିଲିପ କାନନୁଗୋ, ରାଜେନ୍ଦ୍ର ହରିଚନ୍ଦନ, ଶିବାନୀ ଖୁଣ୍ଟିଆ, ଇତିଶ୍ରୀ ମହାନ୍ତି, ଜି. ବାପି, ମାଧବ ସୁବୁଦ୍ଧି, ଶିକ୍ଷକ ସତ୍ୟବାଦୀ ଦାଶ ସେଥିରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories