www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରବଳ ବର୍ଷାକୁ ଖାତିରି ନାହିଁ ; ଘଣ୍ଟା ଘଣ୍ଟା ଧରି ମଦ ପାଇଁ ଲାଇନରେ ଠିଆ ହେଲେ ଲୋକେ

ନୈନିତାଲ: ଦେଶରେ ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ଅନେକ ରାଜ୍ୟରେ ମଦ ବିକ୍ରି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଏହାର ଅନୁମତି ପାଇବା ପରେ ମଦ ଦୋକାନ ଖୋଲିବା ଆରମ୍ଭ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ବାହାରେ ଲୋକଙ୍କ ଲମ୍ବା ଧାଡି ଦେଖାଯାଉଛି। ଲୋକମାନେ ସାମାଜିକ ଦୂରତାକୁ ଫୁ କରି ଉଡାଇ ଦେଇଛନ୍ତି। ଏହାକୁ ରୋକିବା ପାଇଁ ପୁଲିସକୁ ଲାଠି ଚାର୍ଜ ମଧ୍ୟ କରିବାକୁ ପଡିଛି। ଦିଲ୍ଲୀରେ ପରିସ୍ଥିତି ଏପରି ଥିଲା ଯେ, ଭିଡ଼କୁ ଦୃଷ୍ଟିରେ ରଖି ଦୋକାନ ବନ୍ଦ କରିବାକୁ ପଡିଥିଲା। ଏହି ସବୁ ମଧ୍ୟରେ ନୈନିତାଲରୁ ଏକ ବିସ୍ମିତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବା ସତ୍ତ୍ବେ ମଧ୍ୟ ମଦ ଦୋକାନ ବାହାରେ ବହୁ ସଂଖ୍ୟାରେ ଲୋକମାନେ ଲାଇନରେ ଠିଆ ହୋଇଛନ୍ତି।

ଲକଡାଉନ୍ ଯୋଗୁଁ ପ୍ରାୟ ଏକ ମାସରୁ ଅଧିକ ସମୟ ପରେ ନୈନିତାଲରେ ମଦ ଦୋକାନ ଖୋଲା ହୋଇଛି। ଦୋକାନ ଖୋଲିବା ମାତ୍ରେ ମଦ୍ୟପ୍ରେମୀମାନେ ଦୋକାନରେ ପୋକ ମାଛି ଭଳି ଭିଡ ଜମାଇଥିଲେ। ସତେ ଯେମିତି ଆଜି ହିଁ ମଦ ଶେଷ ହୋଇଯିବ। ନୈନିତାଲର ମଲ୍ ରୋଡ୍ ଦୋକାନ ଆଗରେ ମଦ୍ୟପ୍ରେମୀମାନେ ପ୍ରବଳ ବର୍ଷାରେ ଏବଂ କୁଆପଥର ମାଡରେ ଠିଆ ହୋଇ ନିଜ ପାଳିକୁ ଅପେକ୍ଷା କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ହୋଇଥିଲା। କିନ୍ତୁ ମଦ୍ୟପ୍ରେମୀମାନଙ୍କର ପାଦ ଟିକେ ବି ଏକଡ ସେକଡ ହୋଇନଥିଲା।

- Advertisement -

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ସୋମବାର ମଦ ଦୋକାନ ଖୋଲାଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ ଅର୍ଥାତ୍ ଆଜି ନୈନିତାଲରେ ପ୍ରଥମ ଥର ପାଇଁ ମଦ ଦୋକାନ ଖୋଲିଥିଲା। ଶହ ଶହ ଲୋକ ମଦ କିଣିବା ପାଇଁ ଘରୁ ବାହାରି ସକାଳ ୭ଟାରେ ଲାଇନରେ ଠିଆ ହୋଇ ଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories