www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡ-୧୯ ପ୍ରତିରୋଧ : ପ୍ରଯୁକ୍ତି ବିଦ୍ୟା ଉପଯୋଗ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗୁରୁତ୍ବ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଏହାକୁ ରୋକିବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି।

ନୂଆଦିଲ୍ଲୀଠାରେ କୋଭିଡ-୧୯ ଲାଗି ଗଠିତ ମନ୍ତ୍ରୀଗୋଷ୍ଠୀ ବୈଠକରେ ଡ. ହର୍ଷବର୍ଦ୍ଧନ କୋଭିଡ -୧୯ ମୁକାବିଲା ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟ ଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବୀନି କୁମାର ଚୌବେ, ଚିଫ ଅଫ ଡିଫେନ୍ସ ଷ୍ଟାଫ, ବିପିନ ରାୱତ, କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଯୋଗ ଦେଇ କରୋନା ସଂକ୍ରମଣ ମୁକାବିଲା ରଣନୀତି ନେଇ ଆଲୋଚନା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ କରୋନା ମୁକାବିଲା ନେଇ ଜିଲ୍ଲାକୁ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ବର୍ଗୀକରଣ କରାଯାଇଛି। ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ସୁଦୃଢ଼ଭାବେ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ତା’ଛଡା ଅଧିକ ସାମର୍ଥ୍ୟ ବୃଦ୍ଧି କରିବାକୁ ରାଜ୍ୟଗୁଡିକୁ କୁହାଯାଇଥିବା ବେଳେ ସମର୍ପିତ କୋଭିଡ ହସ୍ପିଟାଲ ନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଇଛି। ଯଥେଷ୍ଟ ପରିମାଣର ପିପିଇ, ଭେଣ୍ଟିଲେଟର, ଅନ୍ୟାନ୍ୟ ସରଞ୍ଜାମ ସହ ଡାକ୍ତର ଓ ମାନବସମ୍ବଳ ଉପଲବ୍ଧ କରାଯିବା ଉପରେ ଆଲୋଚନା ହୋଇଥିଲା। ଅବରୋଧ ଯୋଗୁ କରୋନା ନିୟନ୍ତ୍ରଣାଧୀନ ଥିବାରୁ ଅବରୋଧ ଅଂଚଳ ପରିଚାଳନା ପ୍ରଭାବୀ ଢ଼ଙ୍ଗରେ କରିବାକୁ କୁହାଯାଇଛି। ଦେଶରେ ଦୈନିକ ୨.୫ ଲକ୍ଷ ପିପିଇ, ୨ ଲକ୍ଷ ମାସ୍କ ଉତ୍ପାଦନ ହେଉଛି। ଯାହା ଆଗାମୀ ଦିନର ଆବଶ୍ୟକତାକୁ ପୁରଣ କରିପାରିବ। ଆରୋଗ୍ୟ ସେତୁ ଆପର ପ୍ରଦର୍ଶନ, ପ୍ରଭାବ ଓ ଲାଭ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

- Advertisement -

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories