www.samajalive.in
Thursday, December 11, 2025
18.1 C
Bhubaneswar

ବଦଳୁନି ନଗଡ଼ାର ଚିତ୍ର, ଜିଲାପାଳଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର: ଯାଜପୁର ଜିଲା ସୁକିନ୍ଦା ବ୍ଲକର ଅଖ୍ୟାତ ପଲ୍ଲୀ ନଗଡ଼ା ୨୦୧୬ରେ ରାଜ୍ୟ ଓ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଅପପୃଷ୍ଟି ଯୋଗୁ ଏହି ଗାଁର ୧୯ଜଣ ଜୁଆଙ୍ଗ ଶିଶୁଙ୍କ ମୃତ୍ୟୁ ପରେ ଜନଜାତି ବିକାଶର ବିକଳ ଚିତ୍ର ପଦାକୁ ଆସିଥିଲା। ଏହାକୁ ନେଇ ସେତେବେଳେ ରାଜ୍ୟ ସରକାର ସେଠାକାର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। କିଛି କାମ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ୫ବର୍ଷ ପରେ ମଧ୍ୟ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ କୌଣସି ଉନ୍ନତି ହୋଇନାହିଁ। ନଗଡ଼ାର ଏପରି ଚିତ୍ର ସମ୍ପର୍କରେ ମାନବାଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର ଆେୟାଗଙ୍କ ଦୃଷ୍ଟିଆକର୍ଷଣ କରିବା ପରେ ଏ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ସବିେଶଷ ବିବରଣୀ ଦେବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

ଆବେଦନକାରୀ ଅଭିଯୋଗ କରିଥିଲେ ଯେ ଏବେବି ନଗଡ଼ାରେ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଥିବା ବେଳେ ଅନେକ ପିଲା ବିଦ୍ୟାଳୟ ଆସୁନାହାନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଠିକ୍ ଭାବେ କାମ କରୁନାହିଁ। ନଗଡ଼ାବାସୀ ଭାତ ଓ ଲୁଣକୁ ମୁଖ୍ୟ ଖାଦ୍ୟ ଭାବେ ବାଛି ନେଇଛନ୍ତି। ବାଲ୍ୟ ବିବାହ ପ୍ରଥା ଏେବ ବି ପ୍ରଚଳିତ ଅଛି। ପ୍ରଶାସନିକ ଅଧିକାରୀ ବଣ ପାହାଡ଼ ଘେରା ଏହି ଦୁର୍ଗମ ଗାଁକୁ ଯାଉନଥିବାରୁ ନଗଡ଼ାବାସୀଙ୍କର କୌଣସି ପ୍ରକାର ଉନ୍ନତି ହୋଇପାରି ନାହିଁ। ୫ବର୍ଷ ତଳେ ଲୋକଙ୍କ ସୁବିଧା ଲାଗି ନିର୍ମାଣ ହୋଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ। ନଗଡ଼ାର ବିକାଶ ପାଇଁ ଆସିଥିବା କୋଟି କୋଟି ଟଙ୍କା ତୋଷରପାତ ହୋଇଥିବା ନେଇ ଏବେ ବି ଲୋକାୟୁକ୍ତରେ ମାମଲା ଚାଲିଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories