www.samajalive.in
Saturday, December 13, 2025
27.1 C
Bhubaneswar

୨୧ରେ କେନ୍ଦ୍ରରେଳମନ୍ତ୍ରୀଙ୍କର ନବରଙ୍ଗପୁର ଗସ୍ତ , ଜିଲା ବିଜେପି ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ

ନବରଙ୍ଗପୁର: ଆସନ୍ତା ୨୧ ତାରିଖରେ କେନ୍ଦ୍ର ସରକାରର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନବରଙ୍ଗପୁର ଗସ୍ତରେ ଆସୁଛନ୍ତି। ଏସଂପର୍କରେ ଆଜି ଅପରାହ୍ନରେ ଭାରତୀୟ ଜନତାପାର୍ଟି (ବିଜେପି) ପକ୍ଷରୁ ଜିଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସବିଶେଷ ବିବରଣୀ ଦିଆଯାଇଛି। ଏସଂପର୍କରେ ଏହି ଯାତ୍ରାର ଦାୟୀତ୍ୱରେଥିବା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ କୁଚିଣ୍ଡା ବିଧାୟକ ରବିନାରାୟଣ ନାୟକ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କର ନିର୍ଦ୍ଦେଶରେ ମନ୍ତ୍ରୀମାନେ ଜନଆଶିର୍ବାଦ ଯାତ୍ରାରେ ଆସୁଛନ୍ତି। ଆସନ୍ତା ୧୯ରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଆସୁଛନ୍ତି। ହିରାଖଣ୍ଡଟ୍ରେନରେ ରେଳମନ୍ତ୍ରୀ ଆସି ୨୦ରେ ପହଞ୍ଚିବା ପରେ ରାୟଗଡା ଓ କୋରାପୁଟରେ ବିଭିନ୍ନକାର୍ଯ୍ୟକ୍ରମ ଯୋଗଦେଇ କୋରାପୁଟ ସର୍କିଟ ହାଉସରେ ରାତ୍ରରେ ରହିବେ।

 

- Advertisement -

ଏହାପରେ ୨୧ରେ ପୂର୍ବାହ୍ନ ୧୧ଟାରେ ସେ ନବରଙ୍ଗପୁର ପହଞ୍ଚିବେ। ଇନ୍ଦ୍ରାବତୀ ନଦୀ ନିକଟରୁ ଜିଲା ବିଜେପି ପକ୍ଷରୁ ସ୍ୱାଗତ କରାଯିବ। ଏକ ବାଇକ ଶୋଭାଯାତ୍ରାରେ ଅଣାଯିବ। ପ୍ରଥମେ ଚାଷୀ ମାନେ ସ୍ୱାଗତ କରିବେ ବା ଏହା ପରେ ଜିଲା ବିଜେପି କାର୍ଯ୍ୟାଳୟରେ ସ୍ୱାଗତ କରାଯିବ। ସହରରଥିବା ସମସ୍ତ ମହାପୁରୁଷଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ। ସହରର ୭ଟି ସ୍ଥାନରେ ରହିବେ। ସଦଶିବ ପାର୍କ , ଅଲେଖ ମଠ , ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ, ମଧୂବାବୁ ଛକପରେ ଜଗନ୍ନାଥ ମନ୍ଦିର ଓ ଭଣ୍ଡାର ଘରଣୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ଗାନ୍ଧିଛକ ଠାରେ ନାଗରୀକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ପରେ ଆମ୍ବେଦକର ଛକ ଓ ଉତ୍କଳମଣି ଗୋପବନ୍ଧୁ ଛକରେ ଅଟକି ମହାପୁରୁଷଙ୍କୁ ମାଲ୍ୟାର୍ପଣ କରିବେ। ଏହା ପରେ ସର୍କିଟ ହାଉସରେ ଜିଲାର ନୂତନ ରେଳପଥର ଅଗ୍ରଗତୀ ସଂପର୍କରେ ଜିଲାପାଳ ଓ ରେଳ ବିଭାଗ ଅଧିକାରୀଙ୍କର ସମୀକ୍ଷା କରିବେ। ଏହା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ପରେ ତାରାଗାଁ ଛକ ରେ ସମ୍ବର୍ଦ୍ଧନା, ପାପହାହାଣ୍ଡି ସହୀଦ ସ୍ତମ୍ଭ ରେ ପୁଷ୍ପମାଲ୍ୟ ଓ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଦର୍ଶନ, ତୁର୍ମ୍ବଲା ଓ ମୈଦଲପୁରରେ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ କଳାହାଣ୍ଡି ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ଇଂ,ବଳଭଦ୍ର ମାଝୀ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଈ ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଗୋବିନ୍ଦ ଜୈନ,ପୂର୍ବତନ ଜିଲା ସଭାପତି ଗଙ୍ଗାଧର ସାମନ୍ତରାୟ. ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ପ୍ରମୂଖ ଉପସ୍ଥିତ ଥିଲେ। ତେବେ ଏହି ଯାତ୍ରାକୁ ନେଇ ଜିଲା ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଚୁଡାନ୍ତ କରାଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories