www.samajalive.in
Thursday, December 11, 2025
18.1 C
Bhubaneswar

ଧାନ ବିକ୍ରୀ ପାଇଁ ଚାଷୀ ପ|ଞ୍ଜୀକରଣ ନିୟମ କଡାକଡି, ବଢିଲା ଅବଧି

ହରଭଙ୍ଗା: ଧାନ କିଣାରେ ସ୍ୱଛତା ଆଣିବା ପାଇଁ ୨୦୨୧-୨୨ ଆର୍ଥୀକବର୍ଷ ପାଇଁ ବୌଦ୍ଧ ଜିଲାରେ ନୂତନ ନିୟମ ଆଧାରରେ ଜୁଲାଇ୧୫ରୁ ଚାଷୀ ପଞ୍ଜୀକରଣ ପ୍ରକିୟା ନୂତନଭାବେ ଆରମ୍ଭ ହୋଇଛି।ପଞିକରଣ ପାଇଁ ଚାଷୀ ଚାଷ ଜମି ପ୍ରମାଣପତ୍ର ସହ ଏକ ଘୋଷଣାନାମା ନିଜସ୍ୱ ସମବାୟ ସମିତି କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି।ଚାଷୀ ଦାଖଲ କରିଥିବା ଚାଷ ଜମି ପ୍ରମାଣପତ୍ର ଆଧାରରେ ସେଗୁଡିକରେ ପ୍ରକୃତ ଚାଷ ଜମି କି ନୁହେଁ ସେ ବାବଦରେ ରାଜସ୍ୱ ନିରୀକ୍ଷକ,କୃଷି ଗ୍ରାମସେବକ ଏବଂ ପ୍ୟାକ୍ସ ଅଧିକାରୀଙ୍କ ଯୁଗ୍ମ ତଦାରଖରେ ଏସବୁର ସରଜମିନ ତଦନ୍ତ କରାଯାଇ ନିର୍ଭୁଲଭାବେ ଚାଷୀଙ୍କ ପଞିକରଣ ପାଇଁ ନିୟମକୁ କଡାକଡି କରାଯାଇଛି।ଏଥିରେ ରାଜସ୍ୱ ନିରୀକ୍ଷକ,କୃଷି ଗ୍ରାମ ସେବକ ଏବଂ ପ୍ୟାକ୍ସ ଅଧିକାରୀଙ୍କ ତଦନ୍ତରେ କୌଣସି ଅନିୟମିତତା ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ ବୌଦ୍ଧ,ହରଭଙ୍ଗା,କଂଟାମାଳ ଭଳି ୩ଟି ବ୍ଲକ ଅଧିନରେ ୪୨ଟି ପ୍ୟାକ୍ସ ରହିଛି।ଗତବର୍ଷ ୪୨ଟି ସମବାୟ ସମିତି ଅଧିନରେ ୩୪ହଜାର୩୫୦ଜଣ ଚାଷୀ ଧାନବିକ୍ରୀ ପାଇଁ ନାମପଞ୍ଜୀକରଣ କରିଥିଲେ।ଚଳିତବର୍ଷ ନୂତନ ନିୟମ ଲାଗୁପରେ ଗତ ୧୬ତାରିଖ ସୁଦ୍ଧା ଧାନବିକ୍ରୀ ପାଇଁ ଜିଲ୍ଲାରେ ୨୬ହଜାର ଚାଷୀ ନାମ ପଞ୍ଜୀକରଣ କରିଥିବା ଜଣାପଡିଛି।ନାମ ପଞିକରଣ ଅବଧି ଆଉ ୭ଦିନ ବୃଦ୍ଧି କରାଯାଇ ପଞିକରଣ ମିଆଦିକୁ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

 

- Advertisement -

ଆସନ୍ତା ୨୩ତାରିଖ ସୁଦ୍ଧା ଚାଷୀ ନିଜର ପଞ୍ଜୀକରଣ ପାଇଁ ସମସ୍ତ କାଗଜପତ୍ର ନିକଟସ୍ଥ ସମବାୟ କାର୍ଯ୍ୟାଳୟରେ ଦାଖଲ ପାଇଁ ସମୟ ମିଆଦି ଧାର୍ଯ୍ୟ କରାଯାଇଛି।ଦାଖଳପରେ ଆସନ୍ତା ୨୬ସୁଦ୍ଧା ଜିଲ୍ଲାରେ ଧାନ ବିକ୍ରୀ ପାଇଁ ଚାଷୀ ପଞିକରଣ କାର୍ଯ୍ୟ ଚୂଡାନ୍ତ ହେବ ବୋଲି ସୂଚନା ମିଳିଛି।ନୂତନ ପଞ୍ଜୀକରଣ ନିୟମ ଲାଗୁ ପରେ ଜିଲ୍ଲାରେ ମିଲ୍ଲର୍ସ ,ଦଲାଲ,ପ୍ୟାକ୍ସ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ଧାନକିଣା ଦୁର୍ନୀତିରେ ସରକାରଙ୍କୁ କେତେ ସଫଳତା ମିଳୁଛି ତାହା କେବଳ ଦେଖୀବା ବାକି ରହିଛି ବୋଲି ଚାଷୀ ଏବଂ ବୁଦ୍ଧିଜୀବି ମହଲରୁ ମତପ୍ରକାଶ ପାଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories