www.samajalive.in
Saturday, December 13, 2025
27.1 C
Bhubaneswar

ଦେଶର ପ୍ରତ୍ୟେକ ଗାଁରୁ ସଂଗ୍ରହ କରାଯାଉଛି ମାଟି

ନବରଙ୍ଗପୁର: ନେହେରୁ ଯୁବ କେନ୍ଦ୍ର, ନବରଙ୍ଗପୁର ତରଫରୁ ନନ୍ଦାହାଣ୍ଡି ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିସନାହାଣ୍ଡି ଠାରେ ମଙ୍ଗଳବାର ‘ମେରୀ ମିଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ପ୍ରଥମେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ତାପରେ ଅତିଥି ମାନଙ୍କ ପରିଚୟ ରଖାଯାଇଥିଲା। ପରେ ପ୍ରତ୍ୟେକ ଗାଁ ରୁ ଆସିଥିବା ମାଟିକୁ ସଂଗ୍ରହ କରାଯାଇ ପଞ୍ଚ ପ୍ରାଣର ସପଥ ନିଆଯାଇ ଏକ ସଭା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆମଦେଶ ପାଇଁ ସହିଦ ହେଇଥିବା ଯବାନ , ସ୍ୱାଧୀନତା ସଂଗ୍ରାମୀ ଏବଂ ସହୀଦ ଯବାନଙ୍କ ଉଦେଶ୍ୟରେ ଆଲୋଚନା କରାଯାଇଥିଲା। ନେହେରୁ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ସୂଚନା ଦେଇ ଏହି ମାଟି ଦିଲ୍ଲୀ ଯାଇ ଦିଲ୍ଲୀର କର୍ତ୍ତବ୍ୟ ପଥରେ ସ୍ୱାଧୀନତା ସଂଗ୍ରାମୀ ଓ ସହୀଦଙ୍କ ଉଦେଶ୍ୟରେ ଏକ ଅମୃତ ବାଟିକା ନିର୍ମାଣ ହୋଇ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ହୋଇ ରହିବ ବୋଲି କହିଥିଲେ। ଜାତୀୟ ସଙ୍ଗୀତ ଗାନ କରାଯାଇ ମାଟି ସଂଗ୍ରହ ପାଇଁ ନିସନାହାଣ୍ଡି ଗାଁରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନନ୍ଦାହାଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଯୋଗଦେଇ ଏହି ମହାନ କାର୍ଯ୍ୟରେ ସମସ୍ତ ଦେଶବ।ସୀ ସାମିଲ ହୋଇଥିବା କହିଥିଲେ। ସମ୍ନାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଯୋଗଦେଇ ସ୍ବାଧୀନତାର ୭୫ ବର୍ଷ ଅମୃତ ମହୋତ୍ସଵ ଅବସରରେ ପ୍ରଧ।ନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ଏଭଳି ମହ।ନ କାର୍ଯ୍ୟ ହ।ତକୁ ନେଇଛନ୍ତି। ଦେଶର ପ୍ରତ୍ୟେକ ଗାଁ ରୁ ମାଟି ସଂଗ୍ରହ କରାଯାଉଛି ।

- Advertisement -

ଏହା ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ଭାବେ ଦିଲ୍ଲୀରେ ରହିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ନେହେରୁ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ବି.ରମେଶ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲା ଡାକ ବିଭାଗର ଅଧ୍ୟକ୍ଷ ସଞ୍ଜିତ କୁମାର ବେହେରା ଏବଂ ଅତିଥି ଭାବେ ନିସନାହାଣ୍ଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ପାତ୍ରଏବଂ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ନେହେରୁ ଯୁବ କେନ୍ଦ୍ର ନନ୍ଦହାଣ୍ଡି ବ୍ଲକର ସ୍ୱେଚ୍ଛାସେବକ ସୁବାଷ ନାୟକ ,ଭୁପେନ୍ଦ୍ର ବିଷୋୟୀ ଏବଂ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରୁ ଆସିଥିବା ସହୀଦ ପରିବାର ,ମାନ୍ୟ ଗଣ୍ୟ ବ୍ୟକ୍ତି ଏବଂ ବିଦ୍ୟାଳୟର ଛାତ୍ର, ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories