ପଦ୍ମପୁର: ରାୟଗଡା ଜିଲା ପଦ୍ମପୁର ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଙ୍ଘ ସଭାପତି ପୁର୍ଣ୍ଣ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ପଦ୍ମପୁର ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କମଳ କାନ୍ତ ଶବର, ମୁଖବ୍ୟକ୍ତା ଭାବେ ଭାସ୍କର ପାଣିଗ୍ରାହୀ ଓ ଅର୍ଜୁନ ବୁରାଡ଼ି ଆସନ ଯୋଗ ଦେଇଥିଲେ। ଅବସରପାପ୍ତ ଶିକ୍ଷକ ତଥା ସଂଘର ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା ପୂର୍ବ ସଭାର ବିବରଣୀ ପାଠ କରିଥିଲେ।
ଆଜିର ସଭାରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ୮୦ ବର୍ଷିୟା ଅବଧି ପରିବର୍ତ୍ତେ ୬୫ ବର୍ଷ ପୂରଣ ହେଲେ ୨୦% ବୃଦ୍ଧିପେନସନ ପ୍ରଦାନ ବ୍ୟବସ୍ଥା, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ୩ ପ୍ରତିଶତ ଚିକିତ୍ସା ଭତ୍ତା ପ୍ରଦାନ, ଯାତାୟତ ପାଇଁ ବସ ଭଡା ଓ ରେଳଯାତ୍ରରେ ରିହାତି, ଅଟକିଥିବା ମହଙ୍ଗା ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅଵସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।



