www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟସ୍ତରରେ ନବରଙ୍ଗପୁର ଜିଲା ତୃତୀୟ, ଜିଲାପାଳଙ୍କୁ ସମ୍ବର୍ଦ୍ଧନା

ନବରଙ୍ଗପୁର : ପୁରୁଷ ବିଶ୍ବ କପ ହକି -୨୦୨୩ ଆୟୋଜନ ଅବସରରେ ନବରଙ୍ଗପୁର ଜିଲାର ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରିଥିଲେ। ନବରଙ୍ଗପୁର ଜିଲା ରାଜ୍ୟସ୍ତରରେ ତୃତୀୟ ସ୍ଥାନ ହାସଲ କରି ପାରିଛି। ଏହି ପରିପେକ୍ଷୀରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ସମ୍ମାନିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଜିଲା ପ୍ରଶାସନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଜିଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସଭା ଗୃହରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଜିଲାପାଳ ଶ୍ରୀ ମିଶ୍ର ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ନବରଙ୍ଗପୁର ଜିଲା ପୁରସ୍କୃତ ହୋଇଛି। ଏହାର ସମସ୍ତ ଶ୍ରେୟ ଜିଲାର ସମସ୍ତ ଅଧିକାରୀ, କର୍ମଚାରୀ, ଲୋକ ପ୍ରତିନିଧି ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସହିତ ସମସ୍ତ ଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ମଧ୍ୟ ଜିଲାର ସର୍ବାଙ୍ଗୀଣ ବିକାଶ ପଥରେ ସମସ୍ତ ଙ୍କ ସହଯୋଗ ରହିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତଙ୍କ ସହିତ ଜିଲାସ୍ତରୀୟ ସମସ୍ତ ଅଧିକାରୀ ଏବଂ ଜିଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories