ଉମରକୋଟ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର: ଉମରକୋଟ ପଞ୍ଚାୟତ ସମିତି କାର୍ୟ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୯ ଜଣଙ୍କର ଅଭିଯୋଗପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ଚାରି ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ୨୫ ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା। ସେଥିମଧ୍ୟରୁ ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ପଡିକାର୍ଡ, ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ହଷ୍ଟେଲରେ ନାମ ଲେଖା, ନିଯୁକ୍ତି, ଚାଷ ପାଇଁ ଆବଶ୍ୟକ ସାର ଯୋଗାଣ, ଜଳକର ଛାଡ଼ ଏବଂ ଉଚ୍ଚ ଶିକ୍ଷା ପାଇଁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି ହୋଇଥିଲା। ଲୋକଙ୍କ ଅଭିଯୋଗ ଜିଲାପାଳ କମଳ ଲୋଚନ ମିଶ୍ର ଶୁଣିବା ସହିତ ଏହାର ତୁରନ୍ତ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।

prayash

ଏଥି ସହିତ ଜିଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଉପସ୍ଥିତ ଥିବା ଦିବ୍ୟାଙ୍ଗମାନଙ୍କୁ ଗୋଟିଏ ହଳ ଆଶା ବାଡ଼ି, ଦୁଇଟି ଅନ୍ଧ ବାଡ଼ି, ଚାରିଟି ତିନି ଚକିଆ ସାଇକଲ, ପନ୍ଦରଟି ଚକ ଲଗା ଚୌକି ଏବଂ ଜିଲା ରେଡକ୍ରସ ସୋସାଇଟି ତରଫରୁ ୬୦ଟି ସ୍ୱଚ୍ଛତା କିଟ ଜିଲାପାଳଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲାପରିଷଦ ରତ୍ନାକର ସାହୁ, ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଞ୍ଚଳ ମାଝୀ, ଜିଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଉମରକୋଟ ତହସିଲଦାରଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

kalyan agarbati

Comments are closed.