ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ, ଆବାସ ଯୋଜନା କାର୍ଯ୍ୟରେ ନବରଙ୍ଗପୁର ରାଜ୍ୟରେ ୫ନମ୍ବର ସ୍ଥାନ
ନବରଙ୍ଗପୁର: ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ.କମଳଲୋଚନ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରପ୍ରକଳ୍ପ ନିର୍ଦ୍ଦେର୍ଶକ ରତ୍ମାକର ସାହୁ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନିକ) ଦେବୀ ପ୍ରସାଦ ଟାଲି, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନଯୋଜନା ଯଥା- ୫ଟି ବିଦ୍ୟାଳୟ, ସ୍ୱଚ୍ଛଭାରତ ମିଶନ, ମନରେଗା ଯୋଜନା,ଗ୍ରାମୀଣ ଆବାସ , ଅଙ୍ଗନବାଡୀ ଓ ମିଶନ ଶକ୍ତି ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, କମ୍ପୁଟର ପ୍ରୋଗାମର,ଗ୍ରାମୀଣ ଅବାସର ବିପିସି ଓ ବିପିଏ. ମିଶନ ଶକ୍ତିର ବ୍ଳକ ଅଧିକାରୀ ଗଣ ଏନଆଇଜିଏସର ଏପିଓ ସ୍ୱଚ୍ଛଭାରତ ମିଶନର ବିଆରସିମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ଗତ ଆର୍ଥିକ ବର୍ଷ ୨୦୨୨-୨୩ ଗ୍ରାମୀଣ ଆବାସ ରେ ସର୍ବାଧିକ ଘର ସଂପୂର୍ଣ୍ଣ କରିଥିବା ବ୍ଲକକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ଡାବୁଗାଁ , କୋଷାଗୁମୁଡା ଓ ନନ୍ଦାହାଣ୍ଡିକୁ ଦିଆଯାଇଛି। ଏହି ସମସ୍ତ ବ୍ଲକକୁ ପ୍ର୍ର୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମୀଣ ଆବାସରେ କାର୍ଯ୍ୟକରୁଥିବା ପଦାଧିକାରୀ , ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଦେବସ୍ମିତା କର, ଜିଲା ପ୍ରକଳ୍ପ ସଂଯୋଜକ ସଂଗ୍ରାମ କେଶରୀ ସମାନ୍ତରାୟ, ଓ ଜିଲା ପ୍ରକଳ୍ପ ନିର୍ବାହୀ ରୋସନ କୁମାର ସାହୁ ସମ୍ମାନୀତ କରାଯାଇଥିଲା। ସମସ୍ତ ବ୍ଳକର ବିପିସି ଓ ବିପିଏଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୂଳଲକ୍ଷକୁ ଜୀବତି ପାଇଁ ଗୋଟିଏ ରନିଙ୍ଗ୍ ସିଲଶ୍ରେଷ୍ଠ ସଫଳତା ବ୍ଳକ ହିସାବରେ ଚନ୍ଦାହାଣ୍ଡିକୁ ଦିଆଯାଇଥିଲା। ଏହି ସମ୍ମାନ ପ୍ରତି ମାସରେ ପରିବର୍ତ୍ତନ ହେବ। ସେହିପରି ବ୍ଲକରେ କାମ କରୁଥିବା ବିପିଓ ଓ ବିପିଏ ଙ୍କର ମଧ୍ୟରେ ରନିଂସିଲ୍ ଦିଆଯାଇଥିଲା। ଗତ ୨୦୨୧-୨୨ ଆର୍ଥୀକ ବର୍ଷରେ ନବରଙ୍ଗପୁର ଜିଲାରେ ୪୯୮୩ ଘର ସଂପୂର୍ଣ୍ଣ କରି ରାଜ୍ୟରେ ୫ନମ୍ବର ସ୍ଥାନରେ ରହିଛି। ଏହାକୁ ନେଇ ଜିଲାପାଳ ଖୁସି ପ୍ରକଯ କରିବା ସହିତ ଆଗାମୀ ଦିନରେ ଆବାସ ଯୋଜନା କାମ ଅଧିକ ତ୍ୱରାନ୍ୱୀତ କରାଯାଇ କାମ କରିବା ପାଇଁ ଜିଲାପାଳ ଡଃ.ମିଶ୍ର କହିଥିଲେ।
Comments are closed.