www.samajalive.in
Sunday, December 7, 2025
14.1 C
Bhubaneswar

ଫଳକରେ ସୀମିତ କାମତା ଛାତ୍ରାବାସ

ନବରଙ୍ଗପୁର: ଶିଳା ନ୍ୟାସ ହୋଇ ଇତି ମଧ୍ୟରେ ବର୍ଷ ବର୍ଷ ବିତିଗଲା ଛାତ୍ରାବାସ ନିର୍ମାଣ ନ ହୋଇଲା। ଚିହ୍ନଟ ସ୍ଥାନରେ ଲୋକେ ଚାଷ କରୁଛନ୍ତି। ବ୍ୟୟ ଅଟକଳ ମଂଜୁର ହୋଇଥିବା ସ୍ୱେତେ ପ୍ରଶାସନର ଉଦାସୀନତା ଯୋଗୁଁ ଆଗେଇ ପାରୁନି କାମ। ଫଳକରେ ସୀମିତ ହୋଇପଡ଼ିରହିଛି ଛାତ୍ରା ବାସ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାମତା ଠାରେ। କାମତା ଅଂଚଳଟି ଏକ ଖ୍ରୀଷ୍ଟିଆନ ସଂଖ୍ୟା ଲଘୁ ଅଞ୍ଚଳ। ଏଠାକାର ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଶ୍ରେଣୀର। ସେମାନଙ୍କର ଅଧ୍ୟୟନ କୁ ଅନୁଧ୍ୟାନ କରି ତତ୍କାଳୀନ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମନହୋର ରନ୍ଧାରୀ, ବର୍ତମାନର ଏମପି ରମେଶ ଚନ୍ଦ୍ର ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କରି ଛାତ୍ରା ବାସ ନିର୍ମାଣ ଲାଗି ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘଟଣାର ଗୁରୁତ୍ୱ ଦେଖି ତୁରନ୍ତ ନିର୍ମାଣ ଲାଗି ଅର୍ଥ ଅନୁମୋଦନ କରିଥିଲେ। ଟେଣ୍ଡର କରି ୮୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା। ହେଲେ ପ୍ରଶାସନ ତରଫରୁ ଜିଲ୍ଲା ମଙ୍ଗଳ ଅଧିକାରୀ ପାତ୍ର ପୁଟ ଠାରେ ଜାଗା ଚି଼ହ୍ନଟ ହୋଇଥିବା କହିଥିଲେ ହେଲେ ଖ୍ରୀଷ୍ଟିଆନ ସଂଖ୍ୟା ଲଘୁ କାମତା ଠାରେ ନିର୍ମାଣ ଲାଗି ପ୍ରସ୍ତାବ ଦେଇଥିଲେ। ପରେ ରନ୍ଧାରୀଙ୍କ କାମତା ଠାରେ ନିର୍ମାଣ ଲାଗି କହିବା ପରେ ନଭେମ୍ବର ୬. ୨୦୧୭ ରେ ରମେଶ ମାଝୀ, ମନୋହର ରନ୍ଧାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପସ୍ଥିତି ରେ ଶିଳା ନ୍ୟାସ କରାଯାଇଥିଲା କିନ୍ତୁ ଇତି ମଧ୍ୟରେ ୩ ବର୍ଷ ବିତି ଯାଇଥିବା ସ୍ୱେତେ କାମର କୌଣସି ଅଗ୍ରଗତି କରାଯାଇନାହିଁ। ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ମକା ଚାଷ କରୁଛନ୍ତି। ଫଳକ ରେ ଛାତ୍ର ବାସ ନିର୍ମାଣ ସୀମିତ ହୋଇ ରହିଯାଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଲୋକେ ପ୍ରଶାସନକୁ ଶୀଘ୍ର ନିର୍ମାଣ ଲାଗି ନିବେଦନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories