www.samajalive.in
Friday, December 12, 2025
14.1 C
Bhubaneswar

କ୍ଷୁଦ୍ର ଗ୍ରହର ଆବିଷ୍କାରକ ବିନିତା ଦାସ, ଛାତ୍ର ଛାତ୍ରୀଙ୍କୁ ବାଣ୍ଟିଲେ ନିଜର ନିଆରା ଅନୁଭୂତି

ନବରଙ୍ଗପୁର : ନବରଙ୍ଗପୁର ନୋଡାଲ ଆରସିଡ଼ି ହାଇସ୍କୁଲ ପରିସରରେ ଜିଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ଷୁଦ୍ର ଗ୍ରହର ଆବିଷ୍କାରକ ବିନିତା ଦାସ ଛାତ୍ର ଛାତ୍ରୀଙ୍କୁ ନିଜର କିଛି ନିଆରା ଅନୁଭୂତି ବାଣ୍ଟିଛନ୍ତି। ସେ କ୍ଷୁଦ୍ର ଗ୍ରହର ସନ୍ଧାନରେ କିଭଳି ସଫଳତା ହାସଲ କରିଛନ୍ତି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ମହାକାଶ ବିଜ୍ଞାନର ବିଭିନ୍ନ ବିଷୟରେ ବୁଝାଇଥିଲେ। ପ୍ରଥମେ ନିଜେ ସ୍ୱପ୍ନ ଦେଖିଲେ ହିଁ ତାର ସଫଳତା ଆମେ ପରବର୍ତ୍ତୀ ସମୟରେ ପାଇପାରିବା ବୋଲି କହିଥିଲେ ବିନିତା।

 

- Advertisement -

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁପ୍ରିୟା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଡି ଇଓ ଡ.ରମେଶ ଲାଲ ବିନିତାଙ୍କ ଆବିଷ୍କାର ନବରଙ୍ଗପୁର ଛାତ୍ର ଛାତ୍ରୀଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବରାମ ପାଣିଗ୍ରାହୀ, ଚିତ୍ତ ରଞ୍ଜନ ପଟ୍ଟନାୟକ, ବୈକୁଣ୍ଠ ନାଥ ଜେନା, ଭାରତୀ ବିଶୋଇଙ୍କ ସମେତ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories