www.samajalive.in
Saturday, December 6, 2025
14.1 C
Bhubaneswar

ତାଲାବନ୍ଦର ୮ ଦିନ ପରେ ମଧ୍ୟ ସୁଧୁରୁନି ନବରଙ୍ଗପୁରରେ କରୋନା ସ୍ଥିତି, ଗୋଟିଏ ଦିନରେ ପୁଣି ୩୩୫ ଆକ୍ରାନ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ତାଲାବନ୍ଦର ୮ଦିନ ବିତି ଯାଇଥିଲେ ମଧ୍ୟ କରୋନା ପରିସ୍ଥିତିରେ ପରିବର୍ତ୍ତନ ହେଉନାହିଁ। ଆଜି ଗୋଟିଏ ଦିନରେ ପୁଣି ୩୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜିଲାରେ ମୋଟ ୧୪୦୮୪ଜଣ କରୋନା ଆକ୍ରାନ୍ତ ହୋଇ ସାରିଥିବାବେଳେ ସେଥିମଧ୍ୟରୁ ୧୦୭୯୧ଜଣ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ ମୋଟ ୩୧୯୪ ଜଣ କରୋନା ସଂକ୍ରମିତ ରହିଥିବାବେଳେ ସେଥିମଧ୍ୟରୁ ମୋଟ ୩୦୫୦ ଜଣ ନିଜଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଗତକାଲି ରାତ୍ରି ସୁଦ୍ଧା ନବରଙ୍ଗପୁର ସହରର ୩ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ସେନାପତି ସାହିର ହୋଇଥିବାବେଳେ ଜଣେ ପଠାଣସାହିର ମହିଳା ବୋଲି କୁହାଯାଉଛି। ତେବେ ଏସଂପର୍କରେ ଜିଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୈାଣସି ସୂଚନା ମିଳିନି। ସହରର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବିନୁ ସୁନାଙ୍କର ମଧ୍ୟ ମୃତ୍ୟୁ ହୋଇଛିା ତାଙ୍କର ମୃତ୍ୟୁ ମଧ୍ୟ କରୋନାଜନିତ ବୋଲି କୁହାଯାଉଥିଲେ ହେଁ କୈାଣସି ସ୍ପଷ୍ଟ ସୂଚନା ମିଳିନି। ତେବେ ଏହି ମୃତ୍ୟୁକୁ ନେଇ ସହରରେ ଚର୍ଚ୍ଚା ହେବା ସହ ସଂପୃକ୍ତ ସାହିରେ ଭୟର ବାତାବରଣ ଦେଖାଦେଇଛି। ଗତ ୪ ତାରିଖରୁ ଜିଲାରେ ତାଲାବନ୍ଦ ଆରମ୍ଭ ହୋଇଛି। ସୋମବାରଠାରୁ ଶୁକ୍ରବାର ଦିନ ସକାଳ ୬ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଜରୁରୀ ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହୁଛି। ଏହା ସହିତ ସମସ୍ତ ଶନିବାର ଓ ରବିବାରଦିନ ସଂପୂର୍ଣ୍ଣ ତାଲାବନ୍ଦ ରହୁଛି। ଏହା ୮ଦିନ ବିତିଯାଇଥିଲେ ମଧ୍ୟ ଜିଲାର କରୋନା ପରିସ୍ଥିତିରେ କୈାଣସି ସୁଧାର ନଆସିବା ଚିନ୍ତାକାରଣ ହୋଇଛି।

ବୁଧବାର ଦିନ ଜିଲାରେ ୩୩୫ ଜଣ ଆକ୍ରାନ୍ତ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଳକରେ ୪୮ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଇଘରବ୍ଳକରେ ୪୦ ଜଣ, ଝରିଗାଁବ୍ଳକରେ ୬୦ଜଣ, ଉମରକୋଟବ୍ଳକରେ ୬୪ଜଣ, ଉମରକୋଟ ପୈାରାଞ୍ଚଳରେ ୨୧ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୩୩ ନବରଙ୍ଗପୁରବ୍ଳକ ରେ ୫ଜଣ, ଡାବୁଗାଁବ୍ଲକରେ ୯ଜଣ, ପାପଡାହାଣ୍ଡିବ୍ଳକରେ ୧୮ଜଣ, କୋଷାଗୁମୁଡାବ୍ଳକରେ ୯ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୫ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡିବ୍ଳକରେ ୧୩ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଦିନକୁ ଦିନ କରୋନା ଆକ୍ରାନ୍ତ କମିବା ବଦଳରେ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତା ବଢାଇ ଦେଇଛି। ତେବେ ଜିଲାରେ କରୋନା ମୃତ୍ୟୃ ନେଇ ଜିଲା ପ୍ରଶାସନ କିମ୍ବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୈାଣସି ସୂଚନା ଦିଆଯାଉ ନ ଥିବାରୁ ତାହା ଜିଲାବାସୀ ଜାଣି ପାରୁନାହାନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories