www.samajalive.in
Monday, December 15, 2025
26.1 C
Bhubaneswar

ଜିଲ୍ଲା ଅଙ୍ଗନବାଡି ସଂଘ ପକ୍ଷରୁ ୧୪ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କରସ୍‍ ଆସୋସିଏସନ , ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ନୂତନ ବସଷ୍ଟାଣ୍ଡରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ମୁଖ୍ୟଫାଟକ ନିକଟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ୧୪ଦଫା ଦାବିପତ୍ର ଗ୍ରହଣ କରିଥିଲେ।

ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ମାସିକ ୨୧ ହଜାର ଟଙ୍କା ଓ ସହାୟିକାଙ୍କୁ ୧୫ହଜାର ଟଙ୍କା ପ୍ରଦାନ, ଅବସରକାଳୀନ ସହାୟତା ୫ ଲକ୍ଷ ଟଙ୍କା ଓ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ, ଶତପ୍ରତିଶତ ସୁପର ଭାଇଜରଭାବେ ପଦୋନ୍ନତି ଦେବା, କରୋନାରେ ମୃତ୍ୟୁବରଣ କରିଥିବା ଅଙ୍ଗନବାଡୀ କର୍ମୀଙ୍କୁ କେନ୍ଦ୍ର ସରକାରଙ୍କର ଘୋଷିତ ୫୦ଲକ୍ଷ ଟଙ୍କା ପ୍ରଦାନ ଇତ୍ୟାଦି ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘର ଜିଲା ସଭପତି ବାଙ୍କ ବିହାରୀ ବିଷୋୟୀ, ସମ୍ପାଦକ ପରମେଶ୍ୱର ବିଷୋୟୀ, ଅଙ୍ଗନବାଡୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସବିତା ନାୟକ, ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ, କୋଷାଧ୍ୟକ୍ଷା ମମତା ବ୍ରହ୍ମା, ଜିଲା କୋଠାବାଡୀ ଶ୍ରମିକ ସଂଘର ସମ୍ପାଦକ ରାମ ବିଶେୟୀ ପ୍ରମୂଖ ଯୋଗଦେଇ ନେତୃତ୍ୱ ନେଇଥିଲେ। ଜିଲାର ସମସ୍ତ ୧୦ଟି ବ୍ଲକର ଅଙ୍ଗନବାଡୀ କର୍ମୀ ଓ ସହାୟିକା ଯୋଗଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories