ଶୁକ୍ରବାର ରାଶିଫଳ ୦୮.୦୪.୨୦୨୨

ମେଷ: ଐଶ୍ବର୍ଯ୍ୟଶାଳୀ ହେବେ। ନିଜ ଭାଗ୍ୟର ନିର୍ମାତା ନିଜେ ହୋଇପାରନ୍ତି। ବହୁ ଭୂସମ୍ପତ୍ତିଯୁକ୍ତ ହେବେ। ତେଜୀୟାନ୍‌ ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ପ୍ରବକ୍ତା ଓ ଭାଷ୍ୟକାର ହେବା ଆଶା କରାଯାଏ।
ବୃଷ: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ବୁଦ୍ଧିମାନ୍‌ ହେବେ। ସ୍ବାଭିମାନୀ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ସଜ୍ଜନମାନଙ୍କର ପ୍ରିୟପାତ୍ର ହେବେ। ପତ୍ନୀ ଭାଗ୍ୟ ନିୟନ୍ତ୍ରଣର କର୍ତ୍ତ୍ରୀ ହୋଇପାରନ୍ତି।
ମିଥୁନ: ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ଶକ୍ତିମାନ୍‌ ହେବେ। ରଣକ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିବେ। ଶତ୍ରୁଦମନରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ।
କର୍କଟ: ନିରୋଗ ରହିବେ। ସୁସ୍ଥ ଓ ନିରାମୟ ରହିବେ। ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ପରୋପକାରୀ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିପାରନ୍ତି। ସାହସୀ ହେବେ।
ସିଂହ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ବହୁବିଦ୍ୟାରେ ପାରଙ୍ଗମ ହେବେ।
କନ୍ୟା: ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ଶ୍ରମସାର୍ଥକ ହେବ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ।
ତୁଳା: ସୁସ୍ଥ ଓ ନିରାମୟ ରହିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଭୋଗ ବିଳାସରେ ବୁଡ଼ି ରହିପାରନ୍ତି। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।
ଧନୁ: ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବରିଷ୍ଠ ଓ ବଦାନ୍ୟ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।
ମକର: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କୁମ୍ଭ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ବିଦ୍ୟାଭ୍ୟାସୀ ହେବେ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।
ମୀନ: ଦାନଶୀଳ ହୋଇପାରନ୍ତି। ଉଦାର ପ୍ରକୃତିର ହେବେ। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଲାଭଦାୟକ ହେବ। ଯାନବାହନ ସୁଖ ମିଳିବ। ବୁଦ୍ଧିମାନ ହେବେ।

Comments are closed.