www.samajalive.in
Saturday, December 13, 2025
23.1 C
Bhubaneswar

ଲଙ୍ଗଳ ଧରିଲେ ବିଧାୟକ ମନୋହର

ନବରଙ୍ଗପୁର : ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପୁଣି ହଳ ଲଙ୍ଗଳ ଧରି ଚର୍ଚ୍ଚାକୁ ଆସିଛନ୍ତି । କାଦୁଅ ପଚପଚ ଜମିରେ ହଳ ଲଙ୍ଗଳ ଧରି ଚାଷ କରୁଥିବା ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । କରୋନା ମହାମାରୀ ସମୟରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ବିଲରେ କାର୍ଯ୍ୟ କରି ଏବେ ଚର୍ଚ୍ଚାରେ । ହାତରେ ହଳ ଲଙ୍ଗଳ ଓ କାଦୁଅ ଜମିରେ ଚଷା ପୁଅ ବେଶରେ ବିଧାୟକ। ନବରଙ୍ଗପୁର ଜିଲା ଡାବୁଗାଁର ବିଧାୟକ ମନୋହର ରନ୍ଧାରୀ ନିଜ ଜମିରେ ମୂଲିଆ ସାଜି ହଳ କରିବା ସହ ଧାନ ରୋଇ ଚର୍ଚ୍ଚା ସାଉଁଟିଛନ୍ତି । ନିଜ ପୈତୃକ ସମ୍ପତ୍ତିର ଜମିରେ ନିଜେ ହଳ ଲଙ୍ଗଳ ଧରି ଚାଷ କରିବା ସହ ଜମିରେ ଅନ୍ୟ ମୂଲିଆଙ୍କ ସହ ମିଶି ଧାନ ଗଛ ଲଗାଉଛନ୍ତି ବିଧାୟକ। ବିଧାୟକ ନିଜେ ଜମିରେ ହଳ ଲଙ୍ଗଳ କରି ଧାନ ଗଛ ଲଗାଉଥିବା ଖବର ପ୍ରଚାର ହେବା ପରେ କିଛି ଲୋକ ବିଧାୟକ ହଳ କରୁଥିବା ସମୟରେ ଭିଡିଓ ଉତ୍ତୋଳନ କରିଥିଲେ। ଏହା ସାାମଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ବିଧାୟକଙ୍କ କହିବାନୁଯାୟୀ ତାଙ୍କ ପୈତୃକ ସମ୍ପତ୍ତିରେ ପ୍ରାୟ ୨୫ଏକର ଜମି ରହିଛି। ଚଳିତବର୍ଷ ବିଳମ୍ବରେ ବର୍ଷା ହେତୁ କିଛି ଜମିରେ ପାଣି ଅଭାବରୁ ଚାଷ ନ ହୋଇ ପଡି ରହିଥିଲା। ବର୍ତ୍ତମାନ ବର୍ଷା ହେବା ଫଳରେ ସେଥିରେ ପାଣି ଜମିଥିଲା ଓ ଚାଷ ଉପଯୋଗୀ ହୋଇପାରିଥିଲା, କିନ୍ତୁ ସେହି ଜମିକୁ ପାୱାର ଟିଲର କିମ୍ବା ଟ୍ରାକ୍ଟର ପହଞ୍ଚିପାରୁ ନ ଥିଲା। ତେଣୁ ଜମିରେ ମୂଲ ଲାଗିଥିବା ଅନ୍ୟ ମୂଲିଆଙ୍କ ସହ ମିଶି ଚାଷ କରିଥିଲେ ବିଧାୟକ। ବର୍ଷାକୁ ଖାତିର ନ କରି ଜମିରେ ହଳ କରି ଧାନ ଗଛ ଲଗାଇଥିଲେ ବିଧାୟକ। ବର୍ତ୍ତମାନ ସରକାର କୃଷି କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଥିବାବେଳେ ଯଦି ଯୁବ ବର୍ଗ ମଧ୍ୟ ଚାଷ ଉପରେ ଆଗ୍ରହ ଦେଖାନ୍ତି ତେବେ ସ୍ୱ ରୋଜଗାର ହେବା ସହ ଦେଶର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି ବିଧାୟକ। ପୂର୍ବରୁ ମଧ୍ୟ ଚାଷ ଜମିରେ ମୂଲ ଲାଗୁଥିବା ମହିଳାଙ୍କୁ ରେନକୋଟ(ବର୍ଷାଦିନିଆ ପୋଷାକ) ବାଣ୍ଟିବା ସହ ଚାଷ ଜମିକୁ ଯାଇ ଚା’, ବିସ୍କୁଟ ବାଣ୍ଟି ପ୍ରଶଂସା ସାଉଁଟିଛନ୍ତି ବିଧାୟକ। ବର୍ତ୍ତମାନ ସମୟରେ ବିଧାୟକଙ୍କ ଏପରି କାର୍ଯ୍ୟକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି ା

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories