www.samajalive.in
Friday, December 12, 2025
14.1 C
Bhubaneswar

ରଶ୍ମିରଞ୍ଜନ ସିଦ୍ଧାଶ୍ରମରେ ଆଲୋଚନା ଚକ୍ର

ନବରଙ୍ଗପୁର: ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପକ୍ଷରୁ ନବରଙ୍ଗପୁରର ସରସ୍ଵତୀ ଶିଶୁ ମନ୍ଦିରରେ ଆଶ୍ରମ ଅଧ୍ୟକ୍ଷ ଡ଼ଃ. ନୀଳକଣ୍ଠ ପାଢ଼ୀଙ୍କ ପରିଚାଳନା ଓ ଡ଼ଃ. ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଶୀର୍ଷକରେ ଏକ ବୈ।ଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯୋଗ ଦେଇ ବିଶ୍ଵ ସଂସ୍କୃତ ସଂଗଠନ ତଥା ଲୋକ ଭାଷା ପ୍ରଚାର ସମିତିର ଅଧ୍ୟକ୍ଷ ଡ଼ଃ. ସଦାନନ୍ଦ ଦୀକ୍ଷିତ ଯୋଗଦେଇ ଦେଶର ଶିକ୍ଷା ଓ ସାମାଜିକ ସଂସ୍କାର କ୍ଷେତ୍ରରେ ଭାରତର ଦିବ୍ୟ-ଭବ୍ୟ ସଂସ୍କୃତି ଓ ପରମ୍ପରା ଏବଂ ସଂସ୍କୃତ ଭାଷାର ମହତ୍ତ୍ଵ ତଥା ପ୍ରତି ଜିଲ୍ଲାରେ ବୈଦିକ ବିଦ୍ୟାପୀଠ ପ୍ରତିଷ୍ଠା ବିଷୟରେ ବିଶଦ ଭ।ବେ ଆଲୋଚନା କରିଥିଲେ।

ମୁଖ୍ୟ ବକ୍ତା ସମାଜସେବୀ ଜଗନ୍ନାଥ ଶତପଥୀ ଭାରତୀୟ ସଂସ୍କୃତି ଓ ପରମ୍ପରାଗତ ସଂସ୍କାରଗୁଡିକରେ ଭାଗବତ ଟୁଙ୍ଗିମାନଙ୍କର ପ୍ରଭାବ ଓ ପ୍ରତିଷ୍ଠା ବିଷୟରେ ଉତ୍ଥାପନ କରିଥିଲେ ସମ୍ମାନିତ ଅତିଥି ତଥା ନବରଙ୍ଗପୁରର ବରିଷ୍ଠ ଶିକ୍ଷାବିତ୍ ବଳରାମ ଛୁଆଳସିଂହ ସମଗ୍ର ବିଶ୍ୱର ଅଭ୍ୟୁତ୍ଥାନ ନିମନ୍ତେ ଏକ ମାତ୍ର ଭାରତୀୟ ସଂସ୍କୃତି ହିଁ ବାସ୍ତବ ଅବଲମ୍ବନ ବୋଲି କହି ଥିବା ବେଳେ ଅନ୍ୟ ତମ ସମ୍ମାନିତ ବକ୍ତା ହୃଷୀକେଶ ଦାଶ ଆମର ଭାରତୀୟ ପରମ୍ପରାରେ ପ୍ରବର୍ଦ୍ଧିତ ଛାତ୍ର ଛାତ୍ରୀ ଗଣଙ୍କ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ସମ୍ପର୍କରେ ସମ୍ୟକ୍ ଆଲୋକପାତ କରିଛନ୍ତି। ସଭାପତି ଡ଼ା: ମିଶ୍ର ଆମ ବୈଦିକ କର୍ମକାଣ୍ଡ ଓ ଭାରତୀୟ ଋଷି ଗଣଙ୍କ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ଅନେକ ଚମତ୍କାର ତଥ୍ୟ ଓ ମନୁଷ୍ୟର ଜନ୍ମ ଠାରୁ ମରଣ ପର୍ୟ୍ୟନ୍ତ ବିଭିନ୍ନ ସଂସ୍କାରଗୁଡିକର ବୈଜ୍ଞାନିକ ପ୍ରମାଣ ଗୁଡିକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିଥିଲେ। ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ବେଦ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନାରେ ସହଯୋଗ କରିବା ନିମନ୍ତେ ଅଞ୍ଚଳବାସୀ ସଜ୍ଜନଗଣଙ୍କୁ ଆଶ୍ରମ ଅଧ୍ୟକ୍ଷଡ଼ଃ ପାଢ଼ୀ ନିବେଦନ ଜଣାଇଛନ୍ତି।ଶେଷରେ ସାମୂହିକ ପ୍ରସାଦ ସେବନ ପରେ ସଭା ସମାପନ କରା ଯାଇଛି।

- Advertisement -

ଏହି କାର୍ୟ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ପୁଜାରୀ, ଦଶମୁ ପାତ୍ର, ପ୍ରଧାନ ଆଚାର୍ୟ୍ୟ ବଭ୍ରୂବାହନ ବାରିକ, ଶିବ ଶଙ୍କର ତ୍ରିପାଠୀ, ମୁନି ବିଷୋୟୀ, ଇନ୍ଦୁମତୀ ପାଢୀ, ରେଣୁକା ଆଚାର୍ୟ୍ୟ, ନରସିଂହ ତ୍ରିପାଠୀ, ଲଛମନ ଭତ୍ରା ପ୍ରମୁଖ ସହଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories