www.samajalive.in
Friday, December 12, 2025
15.1 C
Bhubaneswar

ଥଇଥାନ ହେଲେ ୩ ବେସାହାରା ଭାଇ ଭଉଣୀ

ମୋହନା: ‘ବାପାମା’ ଆରପାରିରେ, ତିନି ଭାଇ ଭଉଣୀ ବେସାହାରା’, ଏହି ଖବର ‘ସମାଜ’ ଖବରକାଗଜରେ ମେ’ ୧୫ (ରବିବାର) ଦିନ ପ୍ରକାଶନ ହେବା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଅନତି ମଳିକ ରହୁଥିବା ପିଉସୀ ଘର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରରେ ପହଞ୍ଚି ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହ ଅନତି ଓ ତାଙ୍କର ଦୁଇ ଭାଇ କେଉଁ ବିଦ୍ୟାଳୟରେ ପାଠ ପଢିବେ ଏବଂ ଛାତ୍ର/ଛାତ୍ରୀ ଆବାସରେ ରହିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ତିନି ଭାଇ ଭଉଣୀଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ ସେମାନଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବା ପରେ ଅନତିକୁ ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ବାଳିକା ହଷ୍ଟେଲରେ ଓ ଦୁଇ ଭାଇ ବିଶ୍ରାମ ଏବଂ ଅନନ୍ତ ମଳିକକୁ ଜରଉ ସ୍ଥିତ ଡେଷ୍ଟାର ଛାତ୍ରାବାସରେ ରହି ପାଠ ପଢ଼ିବାର ସୁବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନର ଏଭଳି ମହାନତା କାମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories