www.samajalive.in
Friday, December 12, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ କୃତଞତା ଜଣାଇଲା ଜିଲା ଶିକ୍ଷକ ସଂଘ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେସିଡେନ୍ସି ଅବଧି କମ କରି ପ୍ରାଥମିକ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇ ପାରିବା ସହ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟଭିତ୍ତିକ ପଦବୀ ତଥା ପ୍ରଧାନଶିକ୍ଷକ ପଦବୀ ଗୁଡିକ ପୂରଣ ହୋଇପାରିବ। ଏହା ଦ୍ୱାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ବ୍ୟାପକ ସୁଧାର ଆସିପାରିବ। ରାଜ୍ୟର ଲକ୍ଷାଧିକ ଶିକ୍ଷକଙ୍କର ଭାଗ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଥିବାରୁ ନବରଙ୍ଗପୁର ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞନ ଦାଶ ଏବଂ ଯୁବ ସଂଗଠକ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଞତା ଜଣାଇଛନ୍ତି।

ଏହି ଅବସରରେ ସଂଘର କର୍ମକର୍ତ୍ତାମାନେ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସଂଘର ରାଜ୍ୟ ଉପସଭାପତି ସନନ୍ତ କୁମାର ପ୍ରହରାଜ, ଜିଲା ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ , ଜିଲା ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ , ଉମରକୋଟ ସଂଗଠନର ସଭାପତି ସାନିନ୍ଦ୍ର ଗାଇନ , ନନ୍ଦାହାଣ୍ଡି ବ୍ଳକ ଗଲତି ସଗରିଆ, ତେନ୍ତୁଳିଖୁଣ୍ଟିବ୍ଳକ ଉପସଭାପତି ସଞୁକ୍ତା ଦେଇ , ନବରଙ୍ଗପୁରର ବିନୋଦିନି ମହାପାତ୍ର ଓ ଭବାନୀ ମହାପାତ୍ର, ଏବଂ ପାପଡାହାଣ୍ଡି ବ୍ଲକ ସଭାପତି ସୁଦର୍ଶନ ମାଝୀ ସମେତ ବହୁ ଶିକ୍ଷକ ଯୋଗଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories