www.samajalive.in
Friday, December 12, 2025
15.1 C
Bhubaneswar

ବାଇକରେ ଆସି ଲୁଟ ଉଦ୍ୟମବେଳେ ଘଟିଲା ଦୁର୍ଘଟଣା: ୪ ଆହତ, ୨ ଗୁରୁତର

ବେଗୁନିଆ: ବେଗୁନିଆ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଆଜି ଅପରାହ୍ନରେ ଏକ ବାଇକରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଏକ ବାଇକରେ ୨ଜଣ ବ୍ୟକ୍ତି ଆସି ଲୁଟ କରିବା ପାଇଁ ଉଦ୍ୟମ କରିବାବେଳେ ଉଭୟ ବାଇକ ମଧ୍ୟରେ ଧକ୍କା ହୋଇ ୪ ଜଣ ଯାକ ଆହତ ହୋଇଥିବାର ଜଣାପଡିଛି । ସେମାନଙ୍କୁ ଚିକିସ୍ଥା ପାଇଁ ଖୋର୍ଦ୍ଧା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବାବେକେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ବେଗୁନିଆ ପୋଲିସ ବାଇକ ଦୁଇଟିକୁ ଜବତ କରିଛି  ।
ପ୍ରକାଶ ଯେ ଖୋର୍ଦ୍ଧା ବାଜପୁର ଗ୍ରାମର ଜିତେନ୍ଦ୍ର ସାମନ୍ତରାୟ ଏବଂ ଜଗା/ସୁଶାନ୍ତ ବଳିଆରସିଂ ବେଗୁନିଆରୁ ବାଘମାରୀ ଅଭିମୁଖେ ଯାଉଥିବାବେଳେ ଲଷ୍ମୀସାଗର ରିଫ୍ୟୁଜି କଲୋନୀରେ ରହି ଅଟ୍ରି ନିକଟସ୍ଥ ଏକ ଫାର୍ମହାଉସ ରେ କାମ କରୁଥିବା ଗଞ୍ଜାମର ସଞ୍ଜୟ ନାୟକ ଏବଂ ଉତ୍ତରପ୍ରଦେଶର ରାଜ ବାହାଦୂର ଏକ ବାଇକରେ ମେଡ଼ିସିନ ନେବା ପାଇଁ ବେଗୁନିଆ ଆସୁଥିବାବେଳେ ପେଟ୍ରୋଲ ପମ୍ପ ନିକଟରେ ଜିତେନ୍ଦ୍ର ଓ ସୁଶାନ୍ତ ସେମାନଙ୍କର ରାସ୍ତା ଅବରୋଧ କରି ଲୁଟ ପାଇଁ ଉଦ୍ୟମ କରୁଥିବାବେଳେ ଉଭୟ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଗାଡିରୁ ପଡି ୪ ଜଣ ଯାକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜିତେନ୍ଦ୍ର ଏବଂ ସୁଶାନ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିସ୍ଥା ପାଇଁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ଦୁଇଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ ସଞ୍ଜୟ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଖୋର୍ଦ୍ଧା ମେଡିକାଲରେ ପହଞ୍ଚି ସେମାନଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝି ୧୪୭/୨୧ନଂ କେଶ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି । ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories